ଇଟାବା: ରାସ୍ତାରେ ହେଲମେଟ ନ ପିନ୍ଧି ଯାଉଥିବାବେଳେ ଝିଅ ହାବୁଡ଼ରେ ପଡିଲେ ଆଉ ଫାଇନ ଦେବା ସହ ସବୁବେଳେ ହେଲମେଟ ପିନ୍ଧିବେ ବୋଲି ପ୍ରତିଶୃତି ଦେଲେ | ମିଳିଥିବା ସୂଚନା ମୁତାବକ ଜାନୁୟାରୀ ୨୪ରେ କନ୍ୟା ଦିବସ ଅବସରରେ ଉତ୍ତରପ୍ରଦେଶର ଉସରାହର ଥାନା ଅଧିକାରୀ ଭାବେ ଆକାଂକ୍ଷା ଗୁପ୍ତା ଓ ଥାନା ସହ ଅଧିକାରୀ ଭାବେ କୃତିଙ୍କୁ ଦାୟିତ୍ୱ ଦିଆଯାଇଥିଲା | ଉଭୟ ଆକାଂକ୍ଷା ଓ କୃତି ଛାତ୍ରୀ ଥିବାବେଳେ ଉଭୟ ଦିନକ ପାଇଁ ଥାନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ |
ଆକାଂକ୍ଷା ଗୁପ୍ତା ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମେ ସମସ୍ତ ପୁଲିସ କର୍ମୀଙ୍କ ସହ ପରିଚିତ ହେବା ପରେ ଆଇନଶୃଙ୍ଖଳା ବ୍ୟବସ୍ଥା କିଭଳି ରହିଛି ସେ ବାବଦରେ ବୁଝିଥିଲେ | ଏହା ପରେ ରାସ୍ତାଘାଟରେ ଯାଉଥିବା ବାଇକ ଓ କାର ଚାଳକମାନେ କିଭଳି ଟ୍ରାଫିକ ନିୟମକୁ ମାନୁଛନ୍ତି, ତାହାର ଅନୁଧ୍ୟାନ କରିବା ପାଇଁ ପୁଲିସ କର୍ମୀଙ୍କ ସହ ଗାଡି ଚେକିଂ କରୁଥିଲେ | ଆଉ ଏହି ସମୟରେ ଆକାଂକ୍ଷାଙ୍କ ବାପା ଅରବିନ୍ଦ ଗୁପ୍ତା ସେହି ବାଟ ଦେଇ ଯାଉଥିଲେ |
ତେବେ ଆକାଂକ୍ଷାଙ୍କ ବାପା ବାଇକ ଚଳାଉଥିଲେ ବି ବିନା ହେଲମେଟରେ ଯାଉଥିଲେ | ଏହା ଦେଖି ଆକାଂକ୍ଷା ତାଙ୍କ ବାପାଙ୍କ ଠାରୁଚାଲାଣ କାଟିବା ସହ ହେଲମେଟ ପିନ୍ଧିବାକୁ ତାଗିଦ କରିଥିଲେ | ଏହାକୁ ନେଇ ଆକାଂକ୍ଷା କହିଛନ୍ତି ଦିନିକିଆ ଦାୟିତ୍ୱ ନେଇ ସେ ବହୁତ ଖୁସି | ଜଣେ ପୁଲିସର କିଭଳି ଦାୟିତ୍ୱ ରହିଥାଏ, ତାହା ଜାଣିବାର ସୁଯୋଗ ମିଳିଥିଲା |