ଲକ୍ଷ୍ନୌ: ମୃତ୍ୟୁ ପରେ ବି ମାଫିଆ ଡନ ମୁଖତାର ଅନସାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଆୟକର ବିଭାଗ ମୃତ ମୁଖତାର ଅନସାରୀଙ୍କ ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିବ। ବେନାମୀ ସମ୍ପତ୍ତି ବିରୋଧୀ ଆଇନ ଅଧୀନରେ ଗଠିତ ଟ୍ରିବ୍ୟୁନାଲ ୨୦୨୩ରେ ନିଆଯାଇଥିବା ଜବରଦଖଲ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରିଛି । ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର 'ସଦର ତହସିଲ' ଅଧୀନ 'ମୌଜା କପୁରପୁର ଏନ୍ଜେଡ୍ଏ'ରେ ଥିବା ସ୍ଥାବର ସମ୍ପତ୍ତି ଏକ 'ବେନାମୀ' ସମ୍ପତ୍ତି ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଲକ୍ଷ୍ନୌସ୍ଥିତ ଆୟକର ବିଭାଗର ତଦନ୍ତ ଶାଖା ବେନାମୀ କାରବାର (ନିଷେଧ) ସଂଶୋଧନ ଆଇନ ୨୦୧୬ର ବ୍ୟବସ୍ଥା ଅନୁଯାୟୀ ୨୦୨୩ ଏପ୍ରିଲରେ ଏହି ସମ୍ପତ୍ତି କୁ ଜବତ କରିବା ପାଇଁ ଏକ ଅସ୍ଥାୟୀ ଆଦେଶ ଜାରି କରିଥିଲା। ଏହି ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୧୨ କୋଟି ଟଙ୍କା ହେବ।
ଆୟକର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ବେନାମୀଦାର (ଯାହାଙ୍କ ନାମରେ ବେନାମୀ ସମ୍ପତ୍ତି ରହିଛି) ଅନସାରୀଙ୍କ ସହଯୋଗୀ ତଥା ପଡ଼ୋଶୀ ଗଣେଶ ଦତ୍ତ ମିଶ୍ର ବୋଲି ଜଣାପଡ଼ିଛି। ଅନସାରୀ ଏହି ଜମିର ମୂଳ ମାଲିକ ଥିଲେ। ଏବେ ଟିକସ ବିଭାଗ ସମ୍ପତ୍ତି ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବ ବୋଲି ସୂତ୍ରରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2018/01/mukhtar-ansari_1515486958.jpg)