ନୂଆଦିଲ୍ଲୀ: ଭାରତକୁ ରୋହିଙ୍ଗ୍ୟା ମୁସ୍ଲିମଙ୍କ ଅନୁପ୍ରବେଶ ପାଇଁ ଅନ୍ତର୍ଜାତୀୟ ରୢାକେଟ୍ କାମ କରୁଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏହା ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦେଶର ୧୦ଟି ରାଜ୍ୟରେ ଚଢ଼ଉ ଅଭିଯାନ ହୋଇଥିଲା ଏବଂ ଏଥିରେ ଭାରତକୁ ରୋହିଙ୍ଗ୍ୟା ମୁସ୍ଲିମ ଚାଲାଣରେ ସଂପୃ୍କ୍ତ ୪୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଏହି ଦଲାଲମାନେ ଭାରତ-ବାଂଲାଦେଶ ସୀମା ଦେଇ ହଜାର ହଜାର ରୋହିଙ୍ଗ୍ୟା ମୁସ୍ଲିମଙ୍କୁ ଭାରତରେ ଅନୁପ୍ରବେଶ କରାଇଥିଲେ। ଆଜି ତ୍ରିପୁରାରେ ୨୧ ଜଣ ଗିରଫ ହୋଇଥିବା ବେଳେ କର୍ଣ୍ଣାଟକରେ ୧୦ ଜଣ, ଆସାମରେ ୫ ଜଣ, ପଶ୍ଚିମବଂଗରେ ୩ ଜଣ, ତାମିଲନାଡ଼ୁରେ ୨ ଜଣ, ପୁଡ଼ୁଚେରୀ, ତେଲେଙ୍ଗାନା ଏବଂ ହରିୟାଣାରେ ଜଣେ ଲେଖାଏଁ ଗିରଫ ହୋଇଛନ୍ତି। ଏନ୍ଆଇଏ ସୂତ୍ରରୁ ଜଣାପଡ଼ିଛି ଯେ ଆଜି ଭୋର୍ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ତ୍ରିପୁରା, ଆସାମ, ପଶ୍ଚିମବଂଗ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା, ହରିୟାଣା, ରାଜସ୍ଥାନ ଏବଂ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ-କାଶ୍ମୀର ଏବଂ ପୁଡ଼ୁଚେରୀରେ ଚଢ଼ଉ ହୋଇଥିଲା।
ରୋହିଙ୍ଗ୍ୟା ଅନୁପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୧୦ ରାଜ୍ୟରେ ଏନ୍ଆଇଏ ଚଢ଼ଉ, ୪୪ ଦଲାଲ ଗିରଫ
/sambad/media/post_attachments/wp-content/uploads/2023/11/fhhsffhfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)