ପୂର୍ବ ସିବିଆଇ ମୁଖ୍ୟ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ହୋଇପାରେ

ନୂଆଦିଲ୍ଲୀ: ପୂର୍ବତନ ସିବିଆ‌ଇ ମୁଖ୍ୟ ଆଲୋକ ବର୍ମାଙ୍କୁ ମିଳିଥିବା ନୂଆ ଦାୟିତ୍ବକୁ ସେ ଗ୍ରହଣ କରିନଥିବାରୁ ଏବଂ ବଦଳି ଆଦେଶକୁ ଅମାନ୍ୟ କରିଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ। ବର୍ମାଙ୍କୁ ଅଗ୍ନିଶମ ବିଭାଗର ଡିଜି ଦାୟିତ୍ବ ମିଳିଥିଲା କିନ୍ତୁ ସେ ଏହି ଦାୟିତ୍ବ ଗ୍ରହଣ ନକରି ଇସ୍ତଫା ଦେଇଥିଲେ। କିନ୍ତୁ ବର୍ମାଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ ଏବଂ ତାଙ୍କୁ କାର୍ଯ୍ୟରେ ଗୋଟିଏ ଦିନ ପାଇଁ ମଧ୍ୟ ଯୋଗ ଦେବାକୁ କୁହାଯାଇଛି। ଏହାକୁ ସେ ଗ୍ରହଣ ନକଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଗୃହ ମନ୍ତ୍ରାଳୟର ଜଣେ ବରି‌ଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର