ଇମ୍ଫାଲ : ମଣିପୁରରେ ହିଂସାର ରୂପ ବଦଳୁଛି। ରାଜ୍ୟରେ ଅତି ଅରାଜକ ସ୍ଥିତି ଲାଗି ରହିଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାପରେ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ହିଂସାର ପ୍ରାଥମିକ ପର୍ଯ୍ୟାୟ ଅତ୍ୟନ୍ତ ରାଜନୈତିକ ଏବଂ ସମ୍ବେଦନଶୀଳ ଥିଲା। ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଅରାଜକପୂର୍ଣ୍ଣ ରହିଛି। ବର୍ତ୍ତମାନ ସ୍ଥିତିରେ କ’ଣ ହେଉଛି ତାହା ଆମେ କହିପାରୁନୁ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି ବୋଲି ସେ କହିଛନ୍ତି। ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଗ୍ରପନ୍ଥୀଙ୍କ ଦ୍ବାରା ନିର୍ମାଣ ହୋଇଥିବା ବଙ୍କରରେ ସୁରକ୍ଷାବାହିନୀ ଚଢ଼ଉ ଆରମ୍ଭ କରିଛି। ପ୍ରାୟ ୧୨ଟି ବଙ୍କରକୁ ସୁରକ୍ଷାକର୍ମୀମାନେ ଧ୍ବଂସ କରିଦେଇଥିବା ଜଣାପଡ଼ିଛି। ଇତି ମଧ୍ୟରେ ମଣିପୁରରେ ଶାନ୍ତି ଏବଂ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ଗୃହ ମନ୍ତ୍ରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp