ଆତଙ୍କବାଦ ବିରୋଧରେ ଶୂନ୍ୟ ସହନୀୟତା ନୀତି ଭାରତ ଆପଣାଇଛି : ୟୁରୋପିଆନ୍‌ ୟୁନିୟନ୍‌ର ପ୍ରତିନିଧି ଦଳକୁ ସୂଚନା ଦେଲେ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁରୋପିଆନ୍‌ ୟୁନିୟନ୍‌(ଇୟୁ)ର ଏକ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରି କହିଛନ୍ତି କି ଆତଙ୍କବାଦକୁ କୌଣସି ପରିସ୍ଥିିିତିରେ ଗ୍ରହଣ କରାଯିବ ନାହିଁ। ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆତଙ୍କବାଦ କ୍ଷେତ୍ରରେ ଭାରତ ଶୂନ୍ୟ ସହନୀୟତା ନୀତି ଅବଲମ୍ବନ କରିଛି । ପ୍ରତିନିଧି ଦଳଙ୍କୁ ମୋଦୀ ଆହୁରି ବି କହିଛନ୍ତି କି ଦେଶର ବିଭିନ୍ନ ଭାଗକୁ ପ୍ରତିନିଧି ଦଳର ଯାତ୍ରା ଫଳପ୍ରଦ ହେବ। ମୋଦୀ ଆଶା ପ୍ରକଟ କରି କହିଛନ୍ତି ଯେ ସେମାନଙ୍କ ଜମ୍ମୁ-କଶ୍ମୀରକୁ ଗସ୍ତ ସେମାନଙ୍କୁ ଜମ୍ମୁ-କଶ୍ମୀର ଓ ଲଦାଖର ସାଂସ୍କୃତିକ ବିବିଧତା ବିଷୟରେ ଅବଗତ କରାଇବ।

 REUTERS/Files

ସେ ଆହୁରି ବି ଆଶା ପ୍ରକଟ କରି କହିଛନ୍ତି ଯେ ପ୍ରତିନିଧି ଦଳ ଯାତ୍ରା କରିସାରିବା ପରେ ସେମାନଙ୍କୁ ଜମ୍ମୁ-କଶ୍ମୀରରେ ବିକାଶ ଏବଂ ଶାସନର ପ୍ରାଥମିକତା କ୍ଷେତ୍ରରେ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିବ।

କୌଣସି ଦେଶର ନାମ ନ ନେଇ ମୋଦୀ କହିଛନ୍ତି କି ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ସମ୍ବନ୍ଧିତ ଖବର