ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣ ୪,୩୦୨ରୁ ୪,୮୬୬କୁ ବୃଦ୍ଧି ପାଇଛି। ଏହି ୨୪ ଘଣ୍ଟା ସମୟରେ ଦେଶରେ ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦିଲ୍ଲୀରେ ଦିନକରେ ୧୦୫ ନୂଆ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ମୋଟ୍ ସକ୍ରିୟ ମାମଲା ୫୬୨ରେ ପହଞ୍ଚିଛି। ଏଥିସହ ଦିଲ୍ଲୀରେ ଜଣେ ୫ ମାସର ଶିଶୁ ଏବଂ ଜଣେ ୮୭ ବର୍ଷର ବୟସ୍କ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଛି।
କର୍ଣ୍ଣାଟକରେ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗୁଜରାଟରେ ସକ୍ରିୟ ମାମଲା ୫୦୮ ଥିବାବେଳେ କର୍ଣ୍ଣାଟକରେ ୪୩୬, କେରଳରେ ୧୪୮୭, ମହାରାଷ୍ଟ୍ରରେ ୫୨୬ ଏବଂ ପଶ୍ଚିମବଙ୍ଗରେ ୫୩୮। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ କେରଳ ସବୁଠାରୁ ଖରାପ ପ୍ରଭାବିତ ରାଜ୍ୟ। ଏହା ପଛକୁ ଦିଲ୍ଲୀ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ମଧ୍ୟ ପ୍ରଭାବିତ। ତେବେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁରକ୍ଷା ସଂକ୍ରାନ୍ତ ପରାମର୍ଶାବଳୀ ଜାରି କରିଛନ୍ତି।