ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ବୟସ ଟପି ଯିବାପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ। ଗୋଟିଏ ବୟସ ଅତିକ୍ରାନ୍ତ କରିବା ପରେ ବୟୋଜ୍ୟେଷ୍ଠ ନେତାମାନେ ମାର୍ଗଦର୍ଶନ କରିଥାନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି)ରେ ଏହି ପରମ୍ପରା ଗତ କିଛି ବର୍ଷ ଧରି ଚାଲିଆସୁଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପ୍ରସ୍ଥାନ ଏବଂ ନୂତନ ମୁଖ୍ୟମନ୍ତ୍ରୀ ଭାବେ ବସବରାଜ ବୋମାଇଙ୍କ ଶପଥ ଗ୍ରହଣ ପରେ ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡା ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।
ଶ୍ରୀ ପଣ୍ଡାଙ୍କର କହିବା ଅନୁସାରେ ବିଜେପି ପୃଥିବୀର ସବୁଠାରୁ ବଡ଼ ରାଜନୈତିକ ଦଳ ଏବଂ ଏହା ନିଜର ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖୁଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ସ୍ବଚ୍ଛ ପ୍ରକ୍ରିୟାରେ ବିଧାୟକଦଳ ସହ ବିଚାରବିମର୍ଶ କଲେ। ଏଥି ସହିତ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସ୍ବୟଂ ୟେଦୁରପ୍ପା ମଧ୍ୟ ପ୍ରସ୍ତାବ ରଖିଲେ। ଗତ କିଛି ବର୍ଷ ହେଲା ଏକ ପରମ୍ପରା ଆରମ୍ଭ ହୋଇଛି । ଏକ ବୟସ ଟପିଲା ପରେ ବରିଷ୍ଠନେତାମାନେ ମାର୍ଗଦର୍ଶନ କରିଥାନ୍ତି। ନିର୍ଦ୍ଦିଷ୍ଟ ବୟସ ପରେ ସକ୍ରିୟ ରାଜନୀତି କରିବା ଉଚିତ ନୁହେଁ ଓ ୟେଦୁରପ୍ପା ଏହାକୁ ଗ୍ରହଣ କରି ଇସ୍ତଫା ଦେଇଛନ୍ତି। ଏ ବିଷୟକୁ ସେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ।
ବୋମାଇ ମୁଖ୍ୟମନ୍ତ୍ରୀ ହେବା ପରିବାରବାଦ ରାଜନୀତି ନୁହେଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହା ସତ ଯେ ତାଙ୍କ ପିତା ଜଣେ ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ଓଡ଼ିଶାରୁ ଥରେ ରାଜ୍ୟସଭା ସଦସ୍ୟ ହୋଇଥିଲୋ। କିନ୍ତୁ ତାଙ୍କ ପିତାଙ୍କ ପାଇଁ ଆଜି ବୋମାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାହା କହିବା ଠିକ ନୁହେଁ ବୋଲି ବୈଜୟନ୍ତ କହିଛନ୍ତି। ବୋମାଇଙ୍କ ଦଶନ୍ଧୀ ଧରି ରାଜନୈତିକ ଅଭିଜ୍ଞତା ଏବଂ ବିଜେପିରେ ଏକ ପରିଚୟ ତିଆରି କରି ୬୨ ବର୍ଷରେ ମୁଖ୍ୟମନ୍ତ୍ରୀ ହେବାକୁ ପରିବାରବାଦ ରାଜନୀତି କହିବା ଆଦୌ ସମୀଚୀନ ନୁହେଁ ବୋଲି ଶ୍ରୀ ପଣ୍ଡା ପ୍ରତିକ୍ରିୟାରେ ସ୍ପଷ୍ଟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Baijayant_Panda.jpeg)