ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା: ୧୪ଦିନ ପରେ ଜେଲରୁ ମୁକୁଳି ନିଜ ସନ୍ତାନକୁ ଭେଟି ଭାବବିହ୍ଵଳ ହୋଇ ଉଠିଲେ ପିତା-ମାତା

ଲକ୍ଷ୍ନୌ: ଦେଶରେ ସଂଗଠିତ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସାରେ ଉତ୍ତରପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା। ଏଠାରେ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା ପ୍ରଦର୍ଶନ କରି ପାଖାପାଖି ୭୦ଜଣ ଗିରଫ ହୋଇଥିଲେ। ଏହି ଗିରଫଦାରୀରେ ଏକ ନୀରିହ ଶିଶୁର ମା’ ଏକତା ଓ ବାପା ରବି ଶେଖର ବି ସାମିଲ ଥିଲେ।

Image result for /after-2-weeks-in-jail-over-anti-caa-protests-activist-couple-from-varanasi-reunite-with-baby-champak
NewsBytes

ଗିରଫ ହେବାର ୧୪ଦିନ  ପରେ ଶିଶୁ ଚମ୍ପକର ମା’ ଏକତା ଓ ବାପା ରବି ଶେଖରଙ୍କୁ ଜାମିନ୍‌ ମିଳିଥିଲା। ଦୁହେଁ ନିଜର ଶିଶୁକୁ ପାଖାପାଖି ୧୪ଦିନ ପରେ ଭେଟି ଖୁସିରେ କାନ୍ଦି ପକାଇଥିଲେ। ଏକତା କହନ୍ତି, ‘ମୋ ପିଲାର ମା’ କ୍ଷୀର ଛଡା ଅନ୍ୟ କିଛି ଖାଇବାର ବୟସ ହୋଇନାହିଁ। ତେଣୁ ୧୪ଦିନ ତା’ଠାରୁ ଅଲଗା ରହିବା ମୋ ପାଇଁ ବହୁତ କଷ୍ଟ ଥିଲା। ସବୁବେଳେ ତାର ଚିନ୍ତା ଲାଗି ରହିଥିଲା। ଆଜି ତାକୁ ଦେଖି ମୋ ମନ ଆନନ୍ଦରେ ଭରି ଯାଇଛି।’

Asianet News

ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଫିରୋଜାବାଦରେ ୫, ମିରଟରେ ୪, କାନପୁରରେ ୩, ସମ୍ବଲ ଓ ବିଜନୌରରେ ୨ ଜଣ ଲେଖାଏଁ ଓ ଲକ୍ଷ୍ନୌ, ମୁଜାଫରନଗର ଓ ରାମପୁରରେ ଜଣେ ଲେଖାଏଁ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ହିଂସା ପ୍ରଦର୍ଶନ ସମୟରେ ପ୍ରାଣ ହରାଇଥିଲେ। ସେହିପରି ଏହି ହିଂସା ଯୋଗୁଁ ୨୮୮ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ଜଣଙ୍କ ଶରୀରରେ ଗୁଳି ବାଜିଥିଲା।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ପୁଲିସର ତଥ୍ୟ ଅନୁସାରେ, ସୋସିଆଲ ମିଡ଼ିଆରେ ଉତ୍ତେଜକ ଲେଖା ପାଇଁ ୧୨୪ ଜଣ ବ୍ୟକ୍ତି ଗିରଫ ହୋଇଥିବା ବେଳେ ଓ ୯୩ଟି ମାମଲା ରୁଜ୍ଜୁ ହୋଇଥିଲା। ହିଂସା ଭିଆଇବା କାରଣରୁ ୯୩୭୨ଟି ଟୁଇଟର, ୯୮୫୬ଟି ଫେସବୁକ ଓ ୧୮୧ଟି ୟୁଟ୍ୟୁବ ପ୍ରୋଫାଇଲକୁ ଅଚଳ କରାଯାଇଛି ।

ସମ୍ବନ୍ଧିତ ଖବର