ବିନ୍ଦି ନ ପିନ୍ଧିବାରୁ ସାମ୍ବାଦିକାଙ୍କୁ ବାଇଟ୍ ଦେବାକୁ ମନା କଲେ କାର୍ଯ୍ୟକର୍ତ୍ତା

‘ଭାରତମାତା ବିଧବା ନୁହନ୍ତି’

ମୁମ୍ବାଇ : ବିନ୍ଦି ପିନ୍ଧି ନ ଥିବାରୁ ମହାରାଷ୍ଟ୍ରର ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ସମ୍ଭାଜୀ ଭିଡ଼େ ବୁଧବାର ମହିଳା ସାମ୍ବାଦିକଙ୍କ ସହ କଥା ହେବାକୁ ମନା କଲେ। ଦକ୍ଷିଣ ମୁମ୍ବାଇଠାରେ ରାଜ୍ୟ ସଚିବାଳୟରେ କାର୍ଯ୍ୟକର୍ତ୍ତା ଜଣକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବାକୁ ଆସିଥିବା ବେଳେ ଏହି ଘଟଣା କ୍ୟାମେରାରେ ଧରାପଡ଼ିଛି।

ଏକ ଭିଡ଼ିଓରେ ଭିଡ଼େ ମରାଠୀରେ କହିବାର ଶୁଣାଯାଉଛି, ସେ (ସାମ୍ବାଦିକା) ମୋ ପାଖରୁ ବାଇଟ୍ ନେବାକୁ ଆସିବା ପୂର୍ବରୁ ବିନ୍ଦି ପିନ୍ଧିବା ଦରକାର। ମହିଳା ହେଉଛନ୍ତି ‘ଭାରତ ମାତା’ ସଦୃଶ। ବିନ୍ଦି ନ ପିନ୍ଧିଲେ ‘ଭାରତ ମାତା’ ବିଧବା ପରି ଦେଖାଯିବେ।

ଭିଡ଼ିଓଟି ଭାଇରାଲ ହେବା ପରେ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ରୁପାଲି ଚକଣକର ଭିଡ଼େଙ୍କୁ ନୋଟିସ ଜାରି କରି ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୮ ମସିହାରେ ତାଙ୍କ ବଗିଚାର ଆମ୍ବ ଖାଇ ଦମ୍ପତିମାନେ ପୁତ୍ରବାନ୍ ହୋଇଛନ୍ତି ବୋଲି କହି ଭିଡ଼େ ସମାଲୋଚନାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର