ଟିଭି ସୋ’ରେ ଟଳିପଡ଼ିଲେ ସାମାଜିକ କର୍ମୀ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆଜି ଏକ ଟିଭି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ରିତା ଜେତିନ୍ଦର ଅଧାରୁ ଟଳିପଡ଼ିଛନ୍ତି। ହୃଦ୍‌ଘାତ ଯୋଗୁ ତାଙ୍କର ପରଲୋକ ଘଟିଛି। ଦୂରଦର୍ଶନରେ ଏକ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଉଥିବା ବେଳେ ରିତା ହଠାତ୍‌ ଟଳିପଡ଼ିଥିଲେ। ଏହି ସୋ’ ଦେଖୁଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜମ୍ମୁ କଶ୍ମୀର ଏକାଡେମି ଅଫ୍‌ ଆର୍ଟ, କଲ୍‌ଚର ଆଣ୍ଡ୍‌ ଲାଙ୍ଗୁଏଜେସ୍‌ର ସେ ସଂପାଦିକା ଥିଲେ। ଭିଡିଓ ଦେଖିବା ପରେ ଅନେକ ଲୋକ ଟ୍ଵିଟର୍‌ ଓ ଫେସ୍‌ବୁକ୍‌ରେ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର