ଅନଲକ୍-୧ : ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏସବୁ ଉପରେ କଟକଣା ଜାରି ରହିବ

ନୂଆଦିଲ୍ଲୀ: ଆଜି ଲକଡାଉନର ପଞ୍ଚମ ପର୍ଯ୍ୟାୟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗୃହ ମନ୍ତ୍ରାଳୟ | ତେବେ କେବଳ କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ । କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହା ନଯାଇ ‘ଅନଲକ-୧’ ବୋଲି କୁହାଯାଇଛି। କାରଣ ସରକାର ବିଭିନ୍ନ କାର୍ଯ୍ୟକଳାପକୁ ଧିରେ ଧିରେ ଖୋଲିବାକୁ ଚାହୁଁଛନ୍ତି।  ତେବେ  ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ସରକାର ଅନେକ କାର୍ଯ୍ୟକଳାପ ଉପରେ କଟକଣା ଜାରି ରଖିଛନ୍ତି | ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ଜୁନ୍ ୧ରୁ ସମଗ୍ର ଦେଶରେ କେବଳ ସୀମିତ ସଂଖ୍ୟକ କାର୍ଯ୍ୟକଳାପ ଉପରେ ନିଷେଧ ରହିବ | ସେଗୁଡିକ ହେଲା-

୧. ଯାତ୍ରୀମାନଙ୍କର ଆନ୍ତର୍ଜାତୀୟ ବିମାନ ଯାତ୍ରା |
୨. ମେଟ୍ରୋ ରେଳ ଯାତାୟାତ |
୩. ସିନେମା ହଲ୍ |
୪. ଜିମ |
୫. ସ୍ୱିମିଂ ପୁଲ୍ |
୬. ମନୋରଞ୍ଜନ ପାର୍କ |
୭. ଥିଏଟର
୮. ବାର୍ ଏବଂ ଅଡିଟୋରିୟମ୍
୯. ଆସେମ୍ବଲି ହଲ୍ |
୧୦. ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଏକାଡେମିକ୍, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବଡ଼ ସମାବେଶ

୧୧. ବିଦ୍ୟାଳୟ, କଲେଜ, ଶିକ୍ଷାଗତ / ତାଲିମ / କୋଚିଂ ଅନୁଷ୍ଠାନ

ଏହି ସବୁ କାର୍ଯ୍ୟକଳାପ ଉପରେ ଜୁନ ୩୦ପର୍ଯ୍ୟନ୍ତ ସରକାର କଟକଣା ଲଗାଇଛନ୍ତି | ପୂର୍ବପରି ଏହି ସବୁ କାର୍ଯ୍ୟକଳାପ ବନ୍ଦ ରହିବ।

ସମ୍ବନ୍ଧିତ ଖବର