ଧନବାଦ: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ରାଜ୍ୟରେ ଅପରାଧୀଙ୍କ ଦୁଃସାହସିକତାକୁ ମଧ୍ୟ ଦର୍ଶାଉଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ପ୍ରଚାର ପାଇଁ ଆସିଥିଲେ। କିନ୍ତୁ ଏହି ସମୟରେ ତାଙ୍କର ପକେଟମାର ହୋଇଯାଇଛି ।
ସୂଚନା ଅନୁସାରେ ଧନବାଦର ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅପର୍ଣ୍ଣା ସେନ ଗୁପ୍ତାଙ୍କ ପାଇଁ ବିଜେପି ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ଯୋଗ ଦେଇ ଅପର୍ଣ୍ଣାଙ୍କ ନିମନ୍ତେ ପ୍ରଚାର ପାଇଁ ଆସିଥିଲେ ମିଥୁନ । ସଭାରେ ମିଥୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ହଠାତ୍ ଲୋକଙ୍କ ଅପ୍ରତ୍ୟାଶିତ ଭିଡ଼ରେ ପ୍ରଶାସନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ସୂଚନାଯୋଗ୍ୟ, ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନଥିଲା। ଫଳରେ ଶତାଧିକ ଲୋକ ମଞ୍ଚରେ ପହଞ୍ଚିଥିଲେ। ଏସବୁ ଭିଡର ସୁଯୋଗ ନେଇ ପକେଟମାର ମିଥୁନ ଚକ୍ରବର୍ତ୍ତୀଙ୍କ ପକେଟରୁ ପର୍ସ ଚୋରି କରି ନେଇଥିଲା।
ଏହାପରେ ମିଥୁନ ସ୍ଥାନୀୟ ବିଜେପି ନେତାଙ୍କୁ ଘଟଣା ବିଷୟରେ ଜଣାଇବା ପରେ ସେମାନେ ମଞ୍ଚରୁ ମିଥୁନ ଦାଙ୍କ ପର୍ସ ଫେରାଇ ଦେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ପକେଟର ପକେଟ ଫେରସ୍ତ କରିନଥିଲା। ଏହି କାରଣରୁ ମିଥୁନ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ହଠାତ୍ ବନ୍ଦ କରିବାକୁ ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)