ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ସମୟର କେତେକ ଫଟୋ ଶନିବାର ସନ୍ଧ୍ୟାରେ ବଲିଉଡ୍ ଅଭିନେତା ଅନୁପମ ଖେର୍ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ରେ ପୋଷ୍ଟ୍ କରିଛନ୍ତି।
Image Courtesy of India Todayପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଅନୁପମ ତାଙ୍କ ମାଆ ପଠାଇଥିବା ରୁଦ୍ରାକ୍ଷମାଳାଟିକୁ ଉପହାର ଦେଇଥିଲେ। ହିନ୍ଦୀ ଭାଷାରେ ଟୁଇଟ୍ କରି ଅନୁପମ ଖେର୍ ଲେଖିଛନ୍ତି: ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆପଣଙ୍କୁ ଭେଟି ଖୁବ୍ ଆନନ୍ଦିତ। ଦେଶବାସୀଙ୍କ ପାଇଁ ଆପଣ ଅହର୍ନିଶ କରୁଥିବା କଠନି ପରିଶ୍ରମ ପ୍ରେରଣାଦାୟୀ। ଆପଣଙ୍କ ସୁରକ୍ଷା ନିମନ୍ତେ ମୋ ମାଆ ପଠାଇଥିବା ରୁଦ୍ରକ୍ଷମାଳାଟିକୁ ଯେଭଳି ସମ୍ମାନର ସହ ଆପଣ ଗ୍ରହଣ କଲେ ତାହା ମୋର ଚିରସ୍ମରଣୀୟ ହୋଇ ରହିବ। ଜୟ ହୋ। ଜୟ ହିନ୍ଦ୍।
Image Courtesy of India Todayଅନୁପମଙ୍କ ଟୁଇଟ୍ର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ଆପଣଙ୍କୁ ଅଶେଷ ଧନ୍ୟବାଦ ଅନୁପମ ଖେର। ସମ୍ମାନୀୟା ମା ଏବଂ ଦେଶବାସୀଙ୍କ ଆଶୀର୍ବାଦହିଁ ମୋତେ ଦେଶ ସେବା ପାଇଁ ନିରନ୍ତର କାମ କରିବା ଲାଗି ପ୍ରବର୍ତ୍ତାଉଛି।
ସୂଚନାଯୋଗ୍ୟ, ଅନୁପମ ଖେର ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ୍’କୁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Anupam-Kher-Gifted-Rudrakshya-to-PM_Thumbnail.jpg)