ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଦୀର୍ଘ ୧୨ ଘଣ୍ଟା ପଚରା ଉଚରା ପରେ ଆଜି ଅଭିନେତା ଅରମାନ କୋହଲିଙ୍କୁ ଏନ୍‌ସିବି ଗିରଫ କରିଛି। ଶନିବାର ସନ୍ଧ୍ୟାରେ ଏନ୍‌ସିବି ଅରମାନଙ୍କ ବାସଭବନରେ ଚଢ଼ଉ କରିଥିଲା। ଚଢ଼ଉବେଳେ ତାଙ୍କ ଘରୁ ଡ୍ରଗ୍ସ ଜବତ କରାଯାଇଛି। ଅଜୟ ରାଜୁ ସିଂହ ନାମକ ଜଣେ ଡ୍ରଗ୍ସ ମାଫିଆ ଗିରଫ ହେବା ପରେ ତା’ଠାରୁ ସୁରାକ ପାଇ ଏନ୍‌ସିବି ଅଭିନେତା ଅରମାନଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଅରମାନ କୋହଲି ବିଗ୍‌ ବସ୍‌ ୭ରେ ଅଂଶ ଗ୍ରହଣ କରିଥିଲେ। ସେତେବେଳେ ମଧ୍ୟ ସେ ବିବାଦରେ ଥିଲେ।

ସମ୍ବନ୍ଧିତ ଖବର