ନୂଆଦିଲ୍ଲୀ: ଓସ୍କାର ବିଜେତା ତଥା ଅଭିନେତା ଜିନ୍ ହ୍ୟାକମ୍ୟାନଙ୍କ ମୃତ୍ୟୁ ଖବର ସମଗ୍ର ଚଳଚ୍ଚିତ୍ର ଶିଳ୍ପକୁ ସ୍ତବ୍ଧ କରି ଦେଇଛି।  

Advertisment

ଅଭିନେତା ଜିନ୍ ହ୍ୟାକମ୍ୟାନ୍ ଓ ତାଙ୍କ ପତ୍ନୀ ବେଟ୍ସିଙ୍କୁ ରହସ୍ୟମୟ ପରିସ୍ଥିତିରେ ସେମାନଙ୍କ ଘରୁ ମୃତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। 

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ତଦନ୍ତରୁ ଜଣାପଡିଛି ଯେ ଜିନ୍ ହ୍ୟାକମ୍ୟାନଙ୍କ ମୃତ୍ୟୁ ପତ୍ନୀ ବେଟସିଙ୍କ ମୃତ୍ୟୁର ଗୋଟିଏ ସପ୍ତାହ ପରେ ହୋଇଛି। 

ଡାକ୍ତରୀ ରିପୋର୍ଟ ଅନୁଯାୟୀ, ବେଟସିଙ୍କ ମୃତ୍ୟୁ 'ହାଣ୍ଟାଭାଇରସ୍ ପଲ୍ମୋନାରି ସିଣ୍ଡ୍ରୋମ୍' ନାମକ ଏକ ଗମ୍ଭୀର ରୋଗରେ ହୋଇଥିଲା। ଏହି ରୋଗା ମୂଷା ମାଧ୍ୟମରେ ବ୍ୟାପିଥାଏ ଏବଂ ଘାତକ ହୋଇଥାଏ। ଜିନ୍ ହ୍ୟାକମ୍ୟାନ୍, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କ ପାଳିତ କୁକୁରକୁ ଫେବୃଆରି ୨୬ ତାରିଖରେ ପୁଲିସ ନ୍ୟୁ ମେକ୍ସିକୋରେ ଥିବା ଘରୁ ଉଦ୍ଧାର କରିଥିଲା। ଜିନ୍ ହୃଦ୍‌ରୋଗରେ ପୀଡିତ ଥିବା ବେଳେ ସ୍ତ୍ରୀ 'ହାଣ୍ଟାଭାଇରସ୍ ପଲ୍ମୋନାରି ସିଣ୍ଡ୍ରୋମ୍' ନାମକ ଏକ ଗମ୍ଭୀର ରୋଗରେ ଥିଲେ। ଜିନ୍ ହାକମ୍ୟାନଙ୍କ ମୃତ୍ୟୁ ଫେବୃଆରି ୧୭ ତାରିଖରେ ହୋଇଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ଫେବୃଆରି ୧୧ ତାରିଖରେ ହୋଇଥିଲା।

ଅଧିକାରୀଙ୍କ କହିବା ଅନୁଯାୟୀ, ଜିନ୍ ହ୍ୟାକମ୍ୟାନ୍ ଅଲଜାଇମର୍ସରେ ପୀଡିତ ଥିଲେ, ଯାହା ଫଳରେ ସେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଜାଣି ନ ଥିବାର ସନ୍ଦେହ କରାଯାଉଛି। ତେଣୁ ସେ ତାଙ୍କ ମୃତ ସ୍ତ୍ରୀଙ୍କ ଶବ ସହିତ ଘରେ ଏକାକୀ ରହିଥିଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି କି ଜିନ୍‌ଙ୍କ ପେଟରେ କୌଣସି ଖାଦ୍ୟ ନଥିଲା। ଯେଉଁ କାରଣରୁ ସେ ଦୁର୍ବଳ ହୋଇପଡ଼ିଥିଲେ। ଖାଦ୍ୟ ଅଭାବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।