ନୂଆଦିଲ୍ଲୀ: ବଲିଉଡ ଅଭିନେତା ମୁକୁଲ ଦେବଙ୍କ ପରଲୋକ । ୫୪ ବର୍ଷ ବୟସରେ ମୁକୁଲଙ୍କ ଦେହାନ୍ତ । ଗତରାତିରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଥିଲେ ମୁକୁଲ ଦେବ ।
ତେବେ ଟିଭି ଏବଂ ସିନେମା ଜଗତରେ ବେଶ ଜଣାଶୁଣାଥିଲେ ମୁକୁଲ ଦେବ । ସନ୍ ଅଫ୍ ସର୍ଦ୍ଦାର, ଜୟ ହୋ, ଆର ରାଜକୁମାର, ୟମଲା ପାଗଲ ଦିୱାନା, ପ୍ୟାର୍ ଜିନ୍ଦେଗୀ ହେ, କଭି କଭି ପ୍ୟାର୍ କଭି କଭି ୟାର, ୱାଜୁଦ ଭଳି ସିନେମାରେ ଅଭିନୟ କରିଛନ୍ତି ମୁକୁଲ ।
୧୯୭୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ୧୯୯୬ ମସିହାରୁ ନିଜ ଅଭିନୟ ଜୀବନ ଆରମ୍ଭ କଲେଣି । କେବଳ ହିନ୍ଦୀ ନୁହେଁ ମାଲାୟଲମ୍, କନ୍ନଡ, ତେଲୁଗୁ ସିନେମାରେ ବି ସେ ଅଭିନୟ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/24/undlo371y6kBsuSLqvnK.jpg)