ମୁମ୍ବାଇ: ଇସ୍ରାଏଲ୍ ଓ ପାଲେଷ୍ଟେନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଭାରତୀୟ ଅଭିନେତ୍ରୀ ନୁସ୍ରତ୍ ଭରୁଚା ଇସ୍ରାଏଲ୍ରେ ଫସି ରହିଥିବା କଥା ଶନିବାର ଦିନ ତାଙ୍କ ‘ଟିମ୍’ର ଜଣେ ସଦସ୍ୟ କହିଛନ୍ତି।
ତାଙ୍କ ‘ଟିମ୍’ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଜାରି କରିଥିବା ବିବୃତିରେ କହିଛନ୍ତି, ଦୁର୍ଯୋଗକୁ ନୁସ୍ରତ୍ ଇସ୍ରାଏଲ୍ରେ ଫସି ରହିଛନ୍ତି। ‘ହାଫିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ’ରେ ଯୋଗ ଦେବା ପାଇଁ ସେ ଇସ୍ରାଏଲ୍ ଯାଇଥିଲେ।
ଶେଷଥର ପାଇଁ ଆଜି ଅପରାହ୍ଣ ୧୨.୩୦ରେ ତାଙ୍କ ସହିତ ଯୋଗାଯୋଗ କରିଥିଲି। ସେତେବେଳେ ସେ ଏକ ‘ବେସ୍ମେଣ୍ଟ୍’ରେ ସୁରକ୍ଷିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କ ବିଷୟରେ ଅଧିକ ବିବରଣୀ ପ୍ରକାଶ କରାଯାଇ ନାହିଁ। କିନ୍ତୁ, ସେବେଠାରୁ ଆମେ ଆଉ ତାଙ୍କ ସହିତ ଯୋଗାଯୋଗ କରି ପାରୁ ନାହୁଁ। ନିରାପଦରେ ନୁସ୍ରତ୍ଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଆମେ ଉଦ୍ୟମ ଚଳାଇଛୁ। ଆଶାକରୁ ସେ ସୁସ୍ଥ ଓ ଅକ୍ଷତ ଭାବେ ଫେରି ଆସିବେ।
Image Courtesy of BBC Newsଉଲ୍ଲେଖଯୋଗ୍ୟ, ଶନିବାର ପ୍ରତ୍ୟୁଷରୁ ଆତଙ୍କବାଦୀ ସଙ୍ଗଠନ ହମାସ୍ ଗାଜାରୁ ଇସ୍ରାଏଲ୍ ଆଡ଼କୁ ମାତ୍ର ୨୦ ମିନିଟ୍ ମଧ୍ୟରେ ପ୍ରାୟ ୫୦୦୦ ରକେଟ ନିକ୍ଷେପ କରି ଆକ୍ରମଣ ଆରମ୍ଭ କରିଥିଲା। ବିଭିନ୍ନ ପଥ ଓ ପାରାସୁଟ୍ ଯୋଗେ ମଧ୍ୟ ଅନେକ ଆତଙ୍କବାଦୀ ଇସ୍ରାଏଲ୍ରେ ଅନୁପ୍ରବେଶ କରିବାରେ ସଫଳ ହୋଇଥିଲେ।
ଏହି ଆକ୍ରମଣକୁ ହମାସ୍ର ମିଲ୍ଟାରି ୱିଙ୍ଗ୍ ‘ଅଲ୍ କସମ୍ ବ୍ରିଡାଗେସ୍’ ‘ଅଲ୍ ଅକ୍ସା ଫ୍ଲଡ୍’ ଅଭିଯାନ ବୋଲି ଘୋଷଣା କରିଛି। ସେହିପରି, ଇସ୍ରାଏଲ୍ ହମାସ୍ ବିରୋଧରେ ଆରମ୍ଭ କରିଥିବା ପ୍ରତିଆକ୍ରମଣକୁ ‘ଅପରେସନ୍ ଆଇରନ୍ ସୋର୍ଡସ୍’ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/nusrat.jpg)