ମଦ ଡେଲିଭରି ପ୍ଲଟଫର୍ମ ଦ୍ୱାରା ଠକାମିର ଶିକାର ହେଲେ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ, ଟୁଇଟ କରି କଲେ ସତର୍କ

ମୁମ୍ବାଇ: ଠକାମିର ଶିକାର ହେଲେ ଦିଗ୍ଗଜ ଅଭିନେତ୍ରୀ ଶବାନା ଆଜମୀ | ଗୁରୁବାର ଦିନ ଏକ ମଦ୍ୟପାନ ବିତରଣ ପ୍ଲାଟଫର୍ମ ତାଙ୍କୁ ଠକି ଥିବା ଅଭିଯୋଗ କରିଛନ୍ତି ଶବାନା ଆଜମୀ। ଟଙ୍କା ନେଇ ଜିନିଷ ଡେଲିଭର କରିନଥିବା ଶବାନା ଟୁଇଟ କରି ଜଣାଇଛନ୍ତି | ଏକ ଟୁଇଟ୍‌ରେ ୭୦ ବର୍ଷୀୟ ଅଭିନେତ୍ରୀ ଦାବି କରିଛନ୍ତି ଯେ ସେ ମଦ୍ୟପାନ ବିତରଣ ପ୍ଲାଟଫର୍ମରେ ଅର୍ଡର ଦେବା ପରେ ଲିଭିଙ୍ଗ ଲିକ୍ୱିଡଜଙ୍କ ସହ ଯୋଡି ହୋଇଥିଲେ ମଧ୍ୟ ସେ ନିଜ ଅର୍ଡ଼ର ଗ୍ରହଣ କରିନଥିଲେ।

ଟୁଇଟରେ ଲେଖାଯାଇଛି ଯେ, ସାବଧାନ, ମୁଁ ସେମାନଙ୍କ ଦ୍ୱାରା ଠକାମିର ଶିକାର ହୋଇଛି | # ଲିଭିଂ ଲିକ୍ୱିଡ ମୁଁ ଆଗ ଟଙ୍କା ପୈଠ କରିଥିଲି | ଠିକ ସମୟରେ ଜିନିଷ ଡେଲିଭର ନହେବାରୁ ଯେତେବେଳେ ମୁ କଲ କଲି ସେମାନେ ମୋ କଲ ଉଠାଇବା ବନ୍ଦ କରିଦେଲେ ବୋଲି ଲେଖି ଟଙ୍କା ପଠାଇଥିବା ଆକାଉଣ୍ଟର ବିବରଣୀ ସେୟାର କରିଛନ୍ତି ଶବାନା | ତେବେ ସେ କେତେ ଟଙ୍କା ପଠାଇଥିଲେ ଏବଂ ସେ ଏହି ଘଟଣାକୁ ନେଇ ଅଭିଯୋଗ କରିଛନ୍ତି କି ନାହିଁ ତାହା ମଧ୍ୟ ଉଲ୍ଲେଖ କରିନାହାଁନ୍ତି।

ସମ୍ବନ୍ଧିତ ଖବର