ଦୁର୍ଘଟଣାର ଶିକାର ହେଲା ସନ୍ନି ଦେଓଲଙ୍କ ପ୍ରଚାର ଗାଡ଼ି

ନୂଆଦିଲ୍ଲୀ : ଆଗକୁ ଲୋକସଭା ନିର୍ବାଚନର ସପ୍ତମ ଚରଣରେ ପଞ୍ଜାବରେ ମତଦାନ ହେବାକୁ ଯାଉଛି । ପଞ୍ଜାବର ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ତଥା ବଲିଉଡ୍‌ ସୁପରଷ୍ଟାର୍‌ ସନ୍ନି ଦେଓଲ୍‌ ପ୍ରଚାର ପାଇଁ ଯାଇଥିବା ତାଙ୍କ ଗାଡ଼ି ସୋମବାର ସକାଳ ଏକ ଦୁର୍ଘଟଣାର ଶିକାର ହୋଇଥିବା ନେଇ ସୂଚନା ମିଳିଛି । ପ୍ରଚାର ସମୟରେ ଏଭଳି ଦୁର୍ଘଟଣାର ହୋଇଥିବା କଥା କୁହାଯାଉଛି । ତେବେ ସନ୍ନି ଉକ୍ତ ଗାଡିରେ ଥିଲେ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।

The Indian Express

ତେବେ ଆପଣଙ୍କୁ କହିରଖୁଛୁ, ନିକଟରେ ସନି ଦେଓଲ୍‌ ବିଜେପିରେ ସାମିଲ୍‌ ହୋଇଥିଲେ । ଏହାପରେ ଗୁରଦାସପୁରରୁ ତାଙ୍କୁ ବିଜେପି ନିର୍ବାଚନ ଲଢିବା ପାଇଁ ଟିକଟ୍‌ ଦେଇଥିଲା । ଟିକେଟ୍‌ ମିଳିବା ପରେ ସନ୍ନି ଦେଓଲ୍‌ ଗୁରଦାସପୁରରେ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି । ସନିଙ୍କ ସହ ତାଙ୍କ ସାନଭାଇ ବବି ଏବଂ ବାପା ଧର୍ମେନ୍ଦ୍ର ମଧ୍ୟ ପ୍ରଚାରରେ ସାମିଲ୍‌ ହେଉଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର