ଅଭିନେତା-ରାଜନେତା ତାପସ ପାଲ୍‌ଙ୍କ ପରଲୋକ

କୋଲକାତା: ବିଶିଷ୍ଟ ବଙ୍ଗୀୟ ଅଭିନେତା ତଥା ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ଥିଲେ। ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୪ଟାବେଳେ ତାଙ୍କର ଦେହାନ୍ତ ହୋଇଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ କ୍ରିଷ୍ଣାନଗର ଲୋକସଭା ଆସନରୁ ଦୁଇ ଥର ସାଂସଦ ନିର୍ବାଚିତ ‌ହୋଇଥିଲେ। ତେବେ ରୋଜ ଭ୍ୟାଲି ଚିଟ୍‌ ଫଣ୍ଡ ମାମଲାରେ ୨୦୧୬ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ସେ ଅନେକ ବଙ୍ଗୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସାହେବ, ଅମର ବନ୍ଧନ ଭଳି ସୁପର ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ସେ ହୁଗୁଳି ଜିଲ୍ଲାର ଚନ୍ଦନନଗରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର