ମୁମ୍ବାଇ : ଲୋକପ୍ରିୟ ମାଲାୟାଲମ ଚଳଚ୍ଚିତ୍ର ଅଭିନେତା ଭି ପି ଖାଲିଦଙ୍କର ଶୁକ୍ରବାର ଦିନ ହୃଦ୍ଘାତରେ ପରେଲାକ ହୋଇଛି। ୭୦ ବର୍ଷୀୟ ଖାଲିଦ ଜୁଡେ ଆଣ୍ଟୋନିଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ପାଇଁ କୋଚିରେ ସୁଟିଂ କକରୁଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖାଲିଦ ଜଣେ ବହୁଚର୍ଚ୍ଚିତ ମଞ୍ଚ ଅଭିନେତା ଥିଲେ। ଆଲେପେ ଥିଏଟର ସହିତ ଦୀର୍ଘ ସମୟ ଧରି କାମ କରିଥିଲେ। ଟିଭି ସିରିଏଲରେ ଅଭିନୟ କରିବା ପରେ ସେ ଲୋକପ୍ରିୟ ଅଭିନେତା ପାଲଟିଥିଲେ। ତାଙ୍କ ମୃତ୍ୟୁରେ ମାଲାୟାଲମ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।
ସୁଟିଂ ସେଟ୍ରେ ଅଭିନେତା ଭି ପି ଖାଲିଦଙ୍କ ହୃଦ୍ଘାତରେ ପରଲୋକ
/sambad/media/post_attachments/wp-content/uploads/2022/06/fs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)