ହାଜରେ ହେଲେନି ଅନନ୍ୟା, ପଚରାଉଚରା ପାଇଁ ନୂଆ ସମନ ଜାରି କରିବ ଏନସିବି

ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାରେ ଆଜି ତୃତୀୟ ଥର ପାଇଁ ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଜେରା କରିଥାନ୍ତା ଏନସିବି। ହେଲେ ସମନ ମିଳିବା ପରେ ‌ବି ସେ ଆଜି ଏନସିବିରେ ହାଜର ହୋଇନଥିବା ଜଣାପଡ଼ିଛି। ଅନନ୍ୟାଙ୍କୁ ସକାଳ ୧୧ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବାର ଥିଲା, ହେଲେ ସେ ବ୍ୟକ୍ତିଗତ କାରଣରୁ ଅନ୍ୟ କେଉଁ ତାରିଖ ସ୍ଥିର କରିବାକୁ ଏନସିବିକୁ ଅନୁରୋଧ କରିଥିଲେ ବୋଲି ଜଣାପଡ଼ିଛି।

ତେବେ ଏନସିବି ଅନନ୍ୟାଙ୍କ ଏହି ଅନୁରୋଧକୁ ଗ୍ରହଣ କରିଛନ୍ତି ଏବଂ ଏକ ନୂତନ ତାରିଖ ସହ ସମନ ଜାରି କରିବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। ଏବେ ଆଗାମୀ ତାରିଖ ଧାର୍ଯ୍ୟ ହେବା ପରେ ହିଁ ଅନନ୍ୟା ଏନସିବି କାର୍ଯ୍ୟାଳୟକୁ ଯିବେ।

Actress Ananya Panday did not appear before NCB today in Aryan Khan Drugs Case
www.abplive.com

ଉଲ୍ଲେଖଯୋଗ୍ୟ, ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା କରାଯାଇଥିଲା। ପରେ ଗତ ଶୁକ୍ରବାର ଦିନ ମଧ୍ୟ ତାଙ୍କୁ ‘ଏନ୍‌ସିବି’ ପ୍ରାୟ ୪ଘଣ୍ଟା ଧରି ଜେରା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜେରା ସମୟରେ ‘ଏନ୍‌ସିବି’ ଅଧିକାରୀମାନେ କୌଣସି ପ୍ରମାଣ ପାଇବାରେ ଅସମର୍ଥ ହେବାରୁ ଆଜି ପୁଣି ଥରେ ହାଜର ହେବାକୁ ଅନନ୍ୟାଙ୍କୁ ସମନ୍‌ ଜାରି କରାଯାଇଥିଲା। ଆର୍‌ୟନ୍‌ ଏବଂ ଅନନ୍ୟା ମୋବାଇଲ୍‌ ଫୋନ୍‌ରେ ଗଞ୍ଜେଇ ବିଷୟରେ ଚାଟିଂ କରିଥିବା ନେଇ ଜଣାପଡ଼ିବାରୁ ଏନ୍‌ସିବି ଅନନ୍ୟାଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲା। ସମନ୍‌ ପଠାଇବା ପୂର୍ବରୁ ଏନ୍‌ସିବି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅନନ୍ୟାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତଦନ୍ତକାରୀ ଅଧିକାରୀମାନେ ଅନନ୍ୟାଙ୍କର ଗୋଟାଏ ଲାପ୍‌ଟପ୍‌ ଏବଂ ଦୁଇଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିଲେ।

ସମ୍ବନ୍ଧିତ ଖବର