Advertisment

ନୂଆଦିଲ୍ଲୀ: ସାଉଥ ସିନେମାର ଅଭିନେତ୍ରୀ ତଥା ବିଜେପି ଲିଡର ନମିତା ମନ୍ଦିରରେ ପ୍ରବେଶ ପାଇଁ ହଟହଟା ହୋଇଥିବାର ଅଭିଯୋଗ କରିଛନ୍ତି। ଗତ ସୋମବାର ସେ ମୀନାକ୍ଷୀ ସୁନ୍ଦରେଶ୍ବର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କୁ ମନ୍ଦିରରେ ପ୍ର‌ବେଶ ପାଇଁ ଅନୁମତି ଦିଆଯାଇ ନଥିଲା।

ନମିତା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି  ତାଙ୍କ ସହିତ ଘଟିଥିବା ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ‘ମନ୍ଦିରର ପରିଚାଳନା ଦାୟିତ୍ବରେ ଥିବା କିଛିଲୋକ ମୋ‌ତେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ। ପ୍ରବେଶ ପାଇଁ ସେମାନେ ମୋତେ ହିନ୍ଦୁ ହେବାର ପ୍ରମାଣ ମାଗିଥିଲେ।

ମୋର ସହିତ ଏମିତି ପ୍ରଥମଥର ପାଇଁ ଘଟିଲା କି ମୋ ଦେଶରେ ମୋତେ ପରଭଳି ଅନୁଭବ ହୋଇଥିଲା।  ମୋ ଦେଶରେ ମୋ‌ତେ ହିନ୍ଦୁ ବୋଲି ପ୍ର‌ମାଣ ଦେବାକୁ ପଡ଼ିଥିଲା। କଥା ଏହା ନୁହେଁ ଯେ ମୋତେ ହିନ୍ଦୁ ବୋଲି ପ୍ରମାଣ କରିବାକୁ ହେଲା। ‌ ଯେପରି ଭାବେ ‌ସେମାନେ ମୁଁ ହିନ୍ଦୁ କି ନାହିଁ ତାହାର ପ୍ରମାଣ ମାଗିଥିଲେ ତାହା ମୋତେ କଷ୍ଟ ଦେଇଛି। ମୋର ଗ୍ରସ୍ତ ସମ୍ପର୍କ‌ରେ ମୁଁ ପୁଲିସକୁ ପୂର୍ବରୁ ସୂଚନା ବି ଦେଇଥିଲି।  

ଏହି ଘଟଣାକୁ ନେଇ ମନ୍ଦିରର ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ସଫେଇ ଦେଇ କହିଛନ୍ତି, ‘ଆମେ ନମିତାଙ୍କ ସହିତ କୌଣସି ପ୍ରକାର ଖରାପ ବ୍ୟବହାର କରି ନାହୁଁ। ସେ ମୁହଁରେ ମାସ୍କ ପିନ୍ଧିଥିଲେ। ତେଣୁ ଆମକୁ ସନ୍ଦେହ ହୋଇଥିଲା। ମାସ୍କ ଖୋଲି ଦେଲା ପରେ ଆମେ ତାଙ୍କ ମଥାରେ ଚନ୍ଦନ ଲଗାଇବା ପରେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇ ଦେଇଥିଲୁ।’

ତେଲୁଗୁ, ତାମିଲ, ମଲୟାଲମ ଓ କନ୍ନଡ଼ ସିନେମାରେ କାମ କରି ସାରିଥିବା ନମିତା ତାମିଲନାଡ଼ୁରେ ବିଜେପିର ରାଜ୍ୟ କାର୍ଯ୍ୟନିର୍ବାହୀର ସଦସ୍ୟ ରହିଛନ୍ତି। ନମିତାଙ୍କ ବିବାହ ତିରୁପତିରେ ହୋଇଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି। ଯାହାର ନାମ ସେ ଭଗବାନ କୃଷ୍ଣଙ୍କ ନାମ ଅନୁସାରେ ନାମ କରଣ କରିଛନ୍ତି।

ଅଧିକପଢ଼ନ୍ତୁ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ପୁଲିସ ବାଇକ ନେଇ ଆସିଥିଲା ସଞ୍ଜୟ