ଅଭିନେତ୍ରୀ ଡେନିସ ରିଚାର୍ଡ ଓ ତାଙ୍କ ସ୍ବାମୀଙ୍କୁ ଗୁଳି

ୱାସିଂଟନ : ସୋମବାର ଲସ ଏଞ୍ଜେଲସରେ ଅଭିନେତ୍ରୀ ଡେନିସ ରିଚାର୍ଡ ଓ ତାଙ୍କ ସ୍ବାମୀ ଆରୋନ ଫିପର୍ସଙ୍କ ଟ୍ରକ୍‌ ଉପରକୁ ଗୁଳିମାଡ଼ ହୋଇଥିଲେ ମଧ୍ୟ ଦୁହେଁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆରୋନ ଗାଡ଼ି ଚଳାଉଥିବା ବେଳେ ଡେନିସ ପାଖରେ ବସିଥିଲେ। ସେମାନେ ଏକ ଷ୍ଟୁଡ଼ିଓକୁ ଯାଉଥିଲେ। କେଉଁଠି ଗାଡ଼ି ପାର୍କିଂ କରିବେ ବୋଲି ଆରୋନ ଗାଡ଼ି ଅଟକାଇ ଆଗକୁ ପଛକୁ ଚାହୁଥିବା ବେଳେ ପଛ ଗାଡ଼ିବାଲା ଏଥିରେ ବିରକ୍ତ ହୋଇ ପାଟି କରିଥିଲେ। ପଛ ଗାଡ଼ିବାଲା ଆଗକୁ ଯିବାକୁ ଚାହୁଥିବା ବେଳେ ଆରୋନ ତାଙ୍କୁ ସାଇଡ୍ ଦେଇଥିଲେ। ତଥାପି ସେ ଡେନିସ ଓ ତାଙ୍କ ସ୍ବାମୀଙ୍କ ଟ୍ରକ୍ ଉପ‌ରକୁ ଗୁଳିଚାଳନା କରିଥିଲେ। ଗୁଳି ଆସି ତାଙ୍କ ଡ୍ରାଇଭର ସିଟ୍‌ର ପଛରେ ବାଜିଥିଲା। ଏଥିରେ କେହି ଆହତ ହୋଇ ନାହାନ୍ତି। ସ୍ଲସନ ଓ ୱେଷ୍ଟର୍ଣ ଆଭେନ୍ୟୁର ଛକ ଜାଗାରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର