ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ କହିବା ପରେ ମୋଦୀଙ୍କୁ ଟାର୍ଗେଟ କରି ଏଭଳି ଟୁଇଟ୍‌ କଲେ ଗୌହର ଖାନ୍‌

ମୁମ୍ବାଇ : ରିୟାଲିଟି ସୋ’ ବିଗ୍‌ ବସ୍‌-୮ର ବିଜେତା ରହି ସାରିଥିବା ଅଭିନେତ୍ରୀ ଗୌହର ଖାନ୍‌ ଏବେ ରଜେନୀତିକୁ ନେଇ ନିଜ ବୟାନ ଦେବା ଆରମ୍ଭ କରିଛନ୍ତି । ରାଜୀବ ଗାନ୍ଧୀଙ୍କୁ ଭ୍ରଷ୍ଟାଚାରୀ ନମ୍ବର-୧ ବୋଲି ମୋଦୀଜୀ ସମ୍ବୋଧନ କରିବା ପରେ ନିଜର ଜବାବ ରଖି ଟୁଇଟ୍‌ କରିଥିଲେ ରାହୁଲ ଗାନ୍ଧୀ । ନିଜ ଟୁଇଟ୍‌ରେ, ମୋଦୀଜୀ ଯୁଦ୍ଧ ଶେଷ ହୋଇଛି । ଆପଣଙ୍କ କର୍ମ ଆପଣଙ୍କୁ ଅପେକ୍ଷା କରିଛି ବୋଲି ଲେଖିଥିଲେ ରାହୁଲ । ଏବେ ରାହୁଲ ଗାନ୍ଧୀ କରିଥିବା ଟୁଇଟ୍‌ରେ ରି-ଟୁଇଟ୍‌ କରି ରାହୁଲଙ୍କୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ଗୌହର ଖାନ୍‌ ।

ରି-ଟୁଇଟ୍‌ କରି, ଆପଣଙ୍କ ପାଇଁ ଢ଼େର ସାରା ସମ୍ମାନ । ଆପଣଙ୍କ ବାପା ସ୍ୱର୍ଗୀୟ ରାଜୀବ ଗାନ୍ଧୀ ଜଣେ ସମ୍ମାନୀତ ଏବଂ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ପଦକୁ ନେଇ ଇର୍ଷା ହେବା ଅତି ସାଧାରଣ କଥା । ଆପଣ ଏଭଳି ଟୁଇଟ୍‌ କରି ନିଜ ସମ୍ମାନକୁ ବଜାୟ ରଖିଛନ୍ତି । ଆପଣ ଆହୁରି ମଜବୁତ୍‌ ହୁଅନ୍ତୁ ବୋଲି ଲେଖିଥିଲେ ଗୌହର । ତେବେ ଟୁଇଟରରେ କିଛି ଗୌହରଙ୍କ ଏଭଳି ଟୁଇଟ୍‌କୁ ସମର୍ଥନ କରିଥିବା ବେଳେ କିଛି ତାଙ୍କୁ ବିରୋଧ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର