ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ସେମାନଙ୍କର ବକ୍ତବ୍ୟ ଏବଂ ଉତ୍କୃଷ୍ଟ ଅଭିନୟ ହେତୁ ଅନେକ ସମୟରେ ଖବରରେ ରହିଥା’ନ୍ତି । କିନ୍ତୁ ଏବେ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର ଯୋଗୁ ହେଡଲାଇନରେ ନାହାନ୍ତି, ବରଂ ସେ ରାଜନୀତିରେ ପ୍ରବେଶ କରିଥିବାରୁ ଚର୍ଚ୍ଚାରେ ରହିଛନ୍ତି। ବିଜେପି ତାଭ୍କୁ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

Advertisment

ଚଳଚ୍ଚିତ୍ରରେ ହିରୋଇନ୍ ହେବା ପାଇଁ କଙ୍ଗନା ରାନାୱତ ତାଙ୍କ ଘରୁ ପଳାଇ ଆସିଥିଲେ। ବଲିଉଡରେ କାମ ପାଇବାକୁ ହେଲେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ବଲିଉଡ୍ ରେ ବର୍ତ୍ତମାନର ସ୍ଥିତିରେ ପହଞ୍ଚିବା ତାଙ୍କ ପାଇଁ ସହଜ ନ ଥିଲା, ତେବେ କଷ୍ଟ କରି ବିନା ଗଡ୍ ଫାଦରରେ ସେ ସଫଳ ହୋଇ ଦେଖାଇଥିଲେ। ଆଜି କଙ୍ଗନାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଅଛି। ୩୭ ବର୍ଷ ବୟସ୍କା କଙ୍ଗନାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୨୫ କୋଟି ଟଙ୍କାରୁ ଅଧିକ ରହିଛି। ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ କଙ୍ଗନା ମାସକୁ ୧ କୋଟିରୁ ଅଧିକ ରୋଜଗାର କରନ୍ତି। ତାଙ୍କର ଆୟର ଉତ୍ସ ହେଉଛି ଚଳଚ୍ଚିତ୍ର, ବିଜ୍ଞାପନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।

କଙ୍ଗନା ଗୋଟିଏ ଚଳଚ୍ଚିତ୍ର ପାଇଁ ୧୫ ରୁ ୧୭ କୋଟି ଟଙ୍କା ଚାର୍ଜ କରିଥାନ୍ତି।କୌଣସି ବ୍ରାଣ୍ଡର ବିଜ୍ଞାପନ ପାଇଁ ୨ ରୁ ୪ କୋଟି ଟଙ୍କା ନେଇଥାନ୍ତି। କଙ୍ଗନାଙ୍କର ନିଜସ୍ୱ ପ୍ରଡକସନ୍ ହାଉସ ମଧ୍ୟ ଅଛି । ଏହା ବ୍ୟତୀତ କଙ୍ଗନା ରିଆଲିଟି ସୋ’ର ବିଚାରକ ମଣ୍ଡଳୀରେ ମଧ୍ୟ ରହିଥାନ୍ତି।
ସେ ମୁମ୍ବାଇର ବ୍ରାନ୍ଦ୍ରା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଫ୍ଲାଟରେ ରୁହନ୍ତି । ଯାହାର ମୂଲ୍ୟ ୧୬ କୋଟି ଟଙ୍କା । ଏହା ବ୍ୟତୀତ ମୁମ୍ବାଇର ପାଲି ହିଲ୍ସରେ ଏକ ତିନି ମହଲା କୋଠା କିଣିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା। ମୁମ୍ବାଇର ଥିବା ତାଙ୍କ ଅଫିସର ମୂଲ୍ୟ ୪୮ କୋଟି ଟଙ୍କା। କଙ୍ଗନା ମନାଲିରେ ୩୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଛନ୍ତି। ସେଠାରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି।