ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ଗିରଫ କରାଯାଇଛି। ଗିରଫ ପରେ ରାଣ୍ୟାଙ୍କୁ କୋର୍ଟରେ ହାଜର କରାଯିବା ସହ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଗିରଫ ରାଣ୍ୟାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଛି। ଯାହାର ମୂଲ୍ୟ ୧୨କୋଟିରୁ ଅଧିକ ହେବ ବୋଲି କୁହାଯାଉଛି।
ରାଣ୍ୟାଙ୍କ ବାପାଙ୍କ ନାମ ରାମଚନ୍ଦ୍ର ରାଓ। ରାମଚନ୍ଦ୍ର କର୍ଣ୍ଣାଟକ କ୍ୟାଡରର ଜଣେ ଆଇପିଏସ ଅଧିକାରୀ। ସେ ଜଣେ ଡିଜିପି ରାଙ୍କ ଅଧିକାରୀ ଏବଂ ପୁଲିସ ହାଉସିଂ କର୍ପୋରେସନରେ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି।
ରାଣ୍ୟା ରାଓ ବରମ୍ବାର ଦୁବାଇ ଯାଉଥିବାରୁ ଡିଆରଆଇର ନଜର ତାଙ୍କ ଉପରେ ଥିଲା । ଚଳିତ ଥର ସେ ଦୁବାଇରୁ ବେଙ୍ଗାଲୁରୁ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କ ଉପରେ ଚଢ଼ାଇ ହୋଇଥିଲା। ଚଢ଼ାଉ ସମୟରେ ସେ ବିପୁଳ ମାତ୍ରାରେ ସୁନା ପିନ୍ଧିଥିବା ବେଳେ ଆଉ କିଛି ସୁନାକୁ ସେ ପୋଷାକ ଭିତରେ ଲୁଚାଇ ରଖିଥିଲେ। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବା ସହ ଏବେ ତାଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
ଝିଅ ରାଣ୍ୟା ଗିରଫ ହେବାପରେ ବାପା ରାମଚନ୍ଦ୍ର ରାଓ ଏହି ଘଟଣାରେ ନିଜକୁ ସମ୍ପୂର୍ଣ୍ଣ ଦୁରେଇ ରଖିଛନ୍ତି।
ରାମଚନ୍ଦ୍ର ରାଓ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମ ପରିବାରକୁ ରାଣ୍ୟା ଓ ତାଙ୍କ ସ୍ବାମୀଙ୍କ ବ୍ୟବସାୟ ବିଷୟରେ କୌଣସି ସୂଚନା ନାହିଁ। ସେମାନେ କ’ଣ କରନ୍ତି କ’ଣ ନାହିଁ ଆମେ କେହି ବି କେବେ ମୁଣ୍ଡପୁରାଇ ନାହୁଁ। କିନ୍ତୁ ଝିଅ ଯାହାକଲା ଆମ ପରିବାରର ମୁଣ୍ଡ ତଳକୁ ହୋଇଯାଇଛି। ଯାଞ୍ଚ କରାଯାଉ। ଯଦି କୌଣସି ଆଇନ ଉଲ୍ଲଂଘନ ହୋଇଛି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/0XYpBxGzZfkFHMDTPHGc.jpg)