ଭାରତ ଯୋ‌ଡ଼ୋ ଯାତ୍ରାରେ ରାହୁଲଙ୍କ ସହ ଯୋଗଦେଲେ ଅଭିନେତ୍ରୀ ରିୟା ସେନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ‘ଭାରତ ଯୋଡ଼ୋ ଯାତ୍ରା’ରେ ଆଜି ବଲିଉଡ ଅଭିନେତ୍ରୀ ରିୟା ସେନ ଯୋଗ ଦେଇଛନ୍ତି। ରିୟା ସେନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲିଛନ୍ତି। ଯାତ୍ରା ୭୧ ଦିନରେ ପହଞ୍ଚିଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ ରାହୁଲ ଏବଂ ରିୟାସେନ ଯାତ୍ରାରେ ଏକାଠି ଚାଲୁଥିବା ଫଟୋ ସେୟାର କରାଯାଇଛି।

ରିୟା କହିଛନ୍ତି, କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନୁହେଁ, ଜଣେ ଗର୍ବିତ ନାଗରିକ ଭାବେ ଏହି ମଞ୍ଚର ଅଂଶ ହୋଇଥିବାରୁ ମୁଁ ଖୁବ୍‌ ଖୁସି। ଉଲ୍ଲେଖଯୋଗ୍ୟ, ଚଳିତ ମାସ ଆରମ୍ଭରେ ଅଭିନେତ୍ରୀ ପୂଜା ଭଟ୍ଟ ମଧ୍ୟ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଚାଲିଥିଲେ।

ସମ୍ବନ୍ଧିତ ଖବର