ଇସ୍ଲାମାବାଦ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦ୍ ଉପରେ ପାକିସ୍ତାନ ସରକାରଙ୍କ ବିବୃତି ନେଇ ଚଳିତ ଦିନରେ ବେଶ୍ ଚର୍ଚ୍ଚାରେ ଥିବାବେଳେ ପାକିସ୍ତାନୀ ଅଭିନେତ୍ରୀ ସବା କମରଙ୍କ ଦାବି ତାଙ୍କ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି। ଏକ ସ୍ଥାନୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଅଭିନେତ୍ରୀ ସବା କହିଛନ୍ତି ଯେ,ହାଫିଜ୍ ପାଇଁ ସମଗ୍ର ପାକିସ୍ତାନବାସୀ ବିଶ୍ୱ ଦରବାରରେ ନିନ୍ଦିତ ହେଉଛନ୍ତି। ଚଳଚ୍ଚିତ୍ର‘ହିନ୍ଦୀ ମିଡିୟମ୍’ର ସୁଟିଂ ପାଇଁ ସେ ଜର୍ଜିଆ ଯାଇଥିବା ବେଳେ ସେଠାକାର ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ଏହାର ମୁଖ୍ୟ କାରଣ ହେଉଛି ସେ ପାକିସ୍ତାନର ବାସିନ୍ଦା। ପାକିସ୍ତାନ ସରକାର ହାଫିଜ୍ଭଳି ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ବଦଳରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଦେଶର ନିରୀହ ଜନତାଙ୍କୁ ସୁରକ୍ଷା ଦେଲେ ବିଶ୍ୱରେ ପାକିସ୍ତାନର ଛବି ବଦଳିପାରିବ ବୋଲି ସେ କହିଛନ୍ତି।
ଅଭିନେତ୍ରୀ ସବା କମରଙ୍କ ଦାବି ହାଫିଜ୍ ପାଇଁ ନିନ୍ଦିତ ହେଉଛନ୍ତି ପାକିସ୍ତାନୀ
/sambad/media/post_attachments/wp-content/uploads/2018/01/sabaqamar-1516208059.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)