ଦୁବାଇ: ଦୁବାଇ କୋର୍ଟ ଜଣେ ଭାରତୀୟଙ୍କୁ ୱେବ୍ସାଇଟ ହ୍ୟାକ୍ ଏବଂ ଧମକ ଦେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ତିନି ମାସ ଜେଲ ଦଣ୍ଡ ଶୁଣାଇବା ସହ ଭାରତକୁ ପ୍ରତ୍ୟର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୩୩ ବର୍ଷୀୟ ଯୁବକ ଜଣକ କମ୍ପୁଟର ପ୍ରୋଗ୍ରାମର୍ ଭାବେ ଦୁବାଇର ଏକ ମିଡ଼ିଆ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ସେ ଇସ୍ତଫା ଦେଇଥିଲେ। ଫଳରେ ଉକ୍ତ କମ୍ପାନି ତାଙ୍କର ଦରମାରୁ ୪,୦୦୦ ଦିରହାମ କାଟିଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ କମ୍ପାନିର ଅନ୍ୟ ଜଣେ କର୍ମଚାରୀଙ୍କୁ ୱାଟ୍ସଆପ୍ରେ ସନ୍ଦେଶ ଦେଇ କମ୍ପାନିର ୱେବ୍୍ସାଇଟ ହ୍ୟାକ୍ କରିଦେବେ ବୋଲି ଧମକ ଦେଇଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ସେ କମ୍ପାନିର ୧୫ଟି ୱେବ୍ସାଇଟ୍ ହ୍ୟାକ କରିଥିଲେ।
ଦୁବାଇରେ ୱେବ୍ସାଇଟ ହ୍ୟାକ: ଭାରତୀୟ ଦୋଷୀ
/sambad/media/post_attachments/wp-content/uploads/2019/04/webside-hacked-in-dubai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)