ନୂଆଦିଲ୍ଲୀ: ଅନ୍ୟତମ ବୃହତ୍‌ ଘରୋଇ ଶକ୍ତି କଂପାନି ଆଦାନୀ ପାୱାର୍‌ ଆଣବିକ ଶକ୍ତି କ୍ଷେତ୍ରରେ ପ୍ରବେଶ କରିବ। ଖୁବ୍‌ ଶୀଘ୍ର କଂପାନି ଏହାର ଆଣବିକ ଶକ୍ତି ପ୍ରକଳ୍ପ ସ୍ଥାପନ କରିବ। ଏଥିପାଇଁ କଂପାନି ‘ଆଦାନୀ ଆଟୋମିକ୍‌ ଏନର୍ଜି’ ନାମକ ଏକ ୟୁନିଟ୍‌ ଗଠନ କରିବ ବୋଲି ସୂଚନା ଦେଇଛି। ଆଣବିକ ଉତ୍ସରୁ ଶକ୍ତି ଉତ୍ପାଦନ କରିବା ସହିତ ତାହାର ବଣ୍ଟନ ପାଇଁ ଏହି କଂପାନି କାର୍ଯ୍ୟ କରିବ। ଦେଶରେ କୋଇଲା ଭିତ୍ତିକ ପ୍ରକଳ୍ପ ପରିବର୍ତ୍ତେ ଆଣବିକ ଶକ୍ତି ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଆଣବିକ ଶକ୍ତି ପ୍ରକଳ୍ପରେ ଘରୋଇ କଂପାନିଙ୍କୁ ପ୍ରବେଶ ଅନୁମତି ଦେଇସାରିଛନ୍ତି। ଆଣବିକ ଶକ୍ତି ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଦାନୀ ପାୱାର ଏହାର ଫାଇଦା ହାସଲ କରିବା ଦିଗରେ ତତ୍ପରତା ପ୍ରକାଶ କରିଛି। ତେବେ ଏନେଇ କଂପାନି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ଏବେ ପର୍ଯ୍ୟନ୍ତ ଭାରତରେ ଆଣବିକ ଶକ୍ତି କ୍ଷେତ୍ରକୁ ସଂପୂର୍ଣ୍ଣ ଭାବେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ରଖାଯାଇଥିଲା। ରାଷ୍ଟ୍ରାୟତ୍ତ ଆଣବିକ ଶକ୍ତି ନିଗମ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁଛି। ଏଥିରେ ମୋଟ ୮.୮ ଗିଗାୱାଟ ଉତ୍ପାଦନ କ୍ଷମତା ରହିଛି।

Advertisment

ଆହୁରି ପଢ଼ନ୍ତୁ: ପୁଣି ଶହ ଶହ ବିମାନ ଉଡ଼ାଣ ବାତିଲ ଆଶଙ୍କା: ସତର୍କ କଲେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌