ମୁମ୍ବାଇ : ହିଣ୍ଡନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନଚିଟ୍ ପ୍ରଦାନ କରିଛି ପୁଞ୍ଜି ବଜାର ନିୟନ୍ତ୍ରକ ସେବି । ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡନବର୍ଗ ଲଗାଇଥିବା ଅଭିଯୋଗରେ କୌଣସି ଆଧାର ନାହିଁ ବୋଲି ସେବି କହିଛି । ଏହା ଫଳରେ ଆଦାନୀ ଗ୍ରୁପ ଆଶ୍ବସ୍ତ ହୋଇଛି ।
୨୦୨୩ ମସିହାରେ ଭାରତର ପ୍ରସିଦ୍ଧ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ ସମ୍ବନ୍ଧରେ ଆମେରିକାଭିତ୍ତିକ ହିଣ୍ଡନବର୍ଗ ରିସର୍ଚ୍ଚ ଏକ ରିପୋର୍ଟ ପ୍ରକାଶ କରିଥିଲା। ସେଥିରେ କୁହାଯାଇଥିଲା ଯେ, ଆଦାନୀ ଗ୍ରୁପ କମ୍ପାନୀମାନେ ସେୟର ମୂଲ୍ୟକୁ କୃତ୍ରିମ ଭାବେ ବଢ଼ାଇଛନ୍ତି ଏବଂ ଋଣରେ ଅତ୍ୟଧିକ ନିର୍ଭର କରିଛନ୍ତି।

ରିପୋର୍ଟରେ କୁହାଯାଇଥିଲା ଯେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିରୁ ପାଣ୍ଠିକୁ ଆଦିକର୍ପ ନାମକ କମ୍ପାନି ଜରିଆରେ ଆଦାନୀ ପାଓ୍ବାରକୁ ପ୍ରେରଣ କରାଯାଉଥିଲା । ଏହି ଖବର ପ୍ରକାଶ ପରେ ବଜାରରେ ବଡ଼ ହ୍ରାସ ଦେଖାଯାଇଥିଲା ଏବଂ ଅଳ୍ପକିଛି ଦିନରେ ଆଦାନୀ ଗ୍ରୁପର କୋଟିକୋଟି ଟଙ୍କାର ମାର୍କେଟ ଭାଲ୍ୟୁ କମିଗଲା। ଆଦାନୀ ଗ୍ରୁପ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା ଓ ଏହାକୁ ଭାରତ ବିରୋଧୀ ଷଡଯନ୍ତ୍ର ବୋଲି କହିଲା। କିନ୍ତୁ, ଏହି ଘଟଣା ପରେ ବିଶ୍ୱବଜାରରେ ଭାରତୀୟ କର୍ପୋରେଟ ଶାସନ, ପାରଦର୍ଶିତା ଓ ନିବେଶକଙ୍କ ସୁରକ୍ଷା ବିଷୟରେ ନୂଆ ଚର୍ଚ୍ଚା ଆରମ୍ଭ ହେଲା। ଏହା ପରେ ଏହି ଅଭିଯୋଗକୁ ନେଇ ସେବି ଏକ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/18/new-project-32-2025-09-18-19-08-53.jpg)