ନୂଆଦିଲ୍ଳୀ: ଆମେରିକାର ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆଦାମୀ ଗ୍ରୁପ୍। ଆମେରିକାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ବୁଧବାର ଦିନ ଆଦାନୀଙ୍କ ନାମରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ପରେ ଗ୍ରୁପ୍ ଏହାକୁ ଅସ୍ବୀକାର କରିଛି।
ଆଦାନୀ ଗ୍ରୁପ୍ ଗୁୁରୁବାର ଏକ ବିବୃତି ଜାରି କରି ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛି। ଆଦାନୀ ଗ୍ରୁପ୍ ପକ୍ଷରୁ ବିବୃତିରେ ଆହୁରି ଉଲ୍ଳେଖ କରଯାଇଛି ଯେ ‘ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ନିର୍ଦ୍ଦୋଷ ବୋଲି ଧରାଯାଏ।’’।
"ଆଦାନୀ ଗ୍ରୁପ୍ ସର୍ବଦା ଏହାର କାର୍ଯ୍ୟର ସମସ୍ତ ପ୍ରାଧିକରଣ ମଧ୍ୟରେ ସର୍ବୋଚ୍ଚ ଶାସନ, ସ୍ୱଚ୍ଛତା ଏବଂ ନିୟାମକ ମାନ୍ୟତା ବଜାୟ ରଖିବା ପାଇଁ ଦୃଢ଼ ପ୍ରତିବଦ୍ଧ ଅଟେ। ଆମେ ଆମର ହିତାଧିକାରୀ, ଭାଗିଦାରୀ ଏବଂ କର୍ମଚାରୀମାନଙ୍କୁ ନିଶ୍ଚିତ କରୁଛୁ ଯେ ଆମେ ଏକ ଆଇନ ପାଳନକାରୀ ସଂଗଠନ, ଏହାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛୁ।’’ ବୋଲି ଗ୍ରୁପ୍ ଜାରି କରିଥିବା ବିବୃତିରେ ଉଲ୍ଲେଖ କରାଯାଇଛି।
ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକାରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ୍ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍ କମ୍ପାନି ଏବଂ ଆଦାମୀ ଗ୍ରୁପ୍ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/21/8OPXYBGxnr1IddikzTKU.jpg)