ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପରେ ଖୋଲିଲା ଷ୍ଟକ ମାର୍କେଟ। ସେୟାର ବଜାରରେ ଆଦାନୀ ସେୟାର ଉପରେ ପଡ଼ିଛି ବଡ଼ ପ୍ରଭାବ। ଏବେ ସୁଦ୍ଧା ମିଳିଥିବା ଖବର ମୁତାବକ, ଆଦାନୀ ସେୟାର ୧୭ ପ୍ରତିଶତ ହ୍ରାସ ହୋଇଥିବା ଜଣାପଡିଛି। ସୋମବାର ଆଦାନୀ ଗ୍ରୁପ୍ ପାଇଁ ପୁଣି ଥରେ କଳା ଦିନ ସାବ୍ୟସ୍ତ ହୋଇଛି।
ହିଣ୍ଡେନବର୍ଗ ରିସର୍ଚର ନୂଆ ରିପୋର୍ଟ ଆସିବାର ଦୁଇ ଦିନ ପରେ ସୋମବାର ବଜାର ଖୋଲିଛି ଓ ଖୋଲିବା ମାତ୍ରକେ ଏଭଳି ଏକ ମନ୍ଦ ଖବର ସାମ୍ନାକୁ ଆସିଛି । ଏବେ ଆଦାନୀ ଗ୍ରୁପର ସେୟାରରେ ବ୍ୟାପକ ହ୍ରାସ ରେକର୍ଡ କରାଯାଇଛି। ଆରମ୍ଭରୁ ଆଦାନୀ ଗ୍ରୁପର ସେୟାର ୧୭ ପ୍ରତିଶତ ପର୍ୟ୍ୟନ୍ତ କ୍ଷତିରେ କାରବାର କରୁଛି । ସେନସେକ୍ସରେ ଆଦାନୀ ଟୋଟାଲ ଗ୍ୟାସ୍ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଦାନୀ ପାୱାର ଓ ଆଦାନୀ ୱିଲମାରର ସେୟାର ୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସେହିପରି ଆଦାନୀ ଗ୍ରୀନ୍ ଏନର୍ଜି ପ୍ରାୟ ଅଢ଼େଇ ପ୍ରତିଶତ ହ୍ରାସ ପାଇଛି।