ନୂଆଦିଲ୍ଲୀ: ଭାରତକୁ ଫେରିବ ଫର୍ମୁଲା-୧ ରେସ୍‌। ଏଭଳି ଆଶା ପୁଣି ଉଦ୍ରେକ ହୋଇଛି। ନୂଆଦିଲ୍ଲୀର ବୁଦ୍ଧ ଅନ୍ତର୍ଜାତୀୟ ସର୍କିଟ୍‌ରେ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ୩ ଋତୁରେ ଇଣ୍ଡିଆ ଫର୍ମୁଲା-୧ ଗ୍ରାଁ ପ୍ରି ଅନୁଷ୍ଠିତ ହୋଇଥିଲା। କିନ୍ତୁ ସରକାରୀ ଶୁଳ୍କ ଓ ପ୍ରଶାସନିକ ଅସହଯୋଗ କାରଣରୁ ଆର୍ଥିକ ସଙ୍କଟ ଉପୁଜିବାରୁ ଏହା ବନ୍ଦ ହୋଇଯାଇଥିଲା।

Advertisment

ଅଧିକପଢ଼ନ୍ତୁ:ଆୟର୍ଲାଣ୍ଡ୍‌ ବାନ୍ଧବୀଙ୍କୁ ଦ୍ବିତୀୟ ବିବାହ କଲେ ଶିଖର ଧାୱନ

ଭାରତରେ ଫର୍ମୁଲା-୧ର ଗୋଟିଏ ରେସ୍‌ ପାଇଁ ବର୍ଷକୁ ୨୦୦ରୁ ୬୦୦ କୋଟି ଆମେରିକୀୟ ଡଲାର୍‌ର ଆବଶ୍ୟକତା ପଡ଼ିଥାଏ। ଏବେ କିନ୍ତୁ ଭାରତ ସରକାରଙ୍କ ଆଗ୍ରହ କାରଣରୁ ବିଶ୍ବର ଏହି ସ‌ର୍ବୋଚ୍ଚ ରେସିଂ ପ୍ରତିଯୋଗିତା ଫେରିବାକୁ ଯାଉଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏଥିପାଇଁ ପ୍ରାରମ୍ଭିକ କଥାବାର୍ତା ବି କରି ସାରିଛନ୍ତି।

ଭାରତରେ ଫର୍ମୁଲା-୧

ଏଥି ସହ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ନିକଟରେ ମନ୍ତ୍ରୀ ମାଣ୍ଡବୀୟ ଗ୍ରେଟର୍‌ ନୋଏଡ଼ାରେ ଥିବା ବୁଦ୍ଧ ଅନ୍ତର୍ଜାତୀୟ ସର୍କିଟ୍‌ ପରିଦର୍ଶନ କରିବା ସହ ଏହାର ଦାୟିତ୍ବରେ ଥିବା ଯମୁନା ଏକ୍ସପ୍ରେସ୍‌ୱେ ଇଣ୍ଡଷ୍ଟ୍ରିଆଲ୍‌ ଡେଭଲପ୍‌‌ମେଣ୍ଟ୍‌ ଅଥରିଟି ସହ କଥାବର୍ତା କରିଛନ୍ତି। ପୂର୍ବରୁ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଏହି ରେସ୍‌ ବେଳେ ଜେପି ଗ୍ରୁପ୍‌ ପ୍ରାୟୋଜକ ଥିଲେ ମଧ୍ୟ ଏବେ ଦେବାଳିଆ ଅବସ୍ଥାରେ ରହିଛି। ଆଦାନି ଗ୍ରୁପ୍‌ ଏବେ ଯୋଡ଼ି ହୋଇ ଫର୍ମୁଲା-୧ର ପ୍ରତ୍ୟାବର୍ତନ ପଥକୁ ସୁଗମ କରିବ ବୋଲି ସୂଚନା ମିଳଛି।

ଅଧିକପଢ଼ନ୍ତୁ:ନମୋ ଭାରତ ଓ ମିରଟ ମେଟ୍ରୋର ଶୁଭାରମ୍ଭ କରି ଯାତ୍ରୀଙ୍କ ସହ ଆଲୋଚନା କଲେ ମୋଦୀ