ଆଦାନି-ହିଣ୍ଡେନ୍‌ବର୍ଗ ମାମଲା: ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ ପାଇଁ ଆଉ ୧୫ ଦିନ ସମୟ ମାଗି‌ଲା ‘ସେବି’

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ରିପୋର୍ଟ ଦାଖଲ କରିବା ଲାଗି ଆଉ ୧୫ ଦିନ ସମୟ ଦେବା ଲାଗି ‘ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ’ (ସେବି) ଆଉ ୧୫ ଦିନ ସମୟ ଦେବା ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଥିବା କଥା ‘ଲିଗାଲ୍‌ ଫାଇଲିଙ୍ଗ୍‌’ରୁ ଜଣାପଡ଼ିଛି।

ଏହି ‘ଲିଗାଲ୍‌ ଫାଇଲିଙ୍ଗ୍‌’ରେ ‘ସେବି’ କହିଛି, ତଦନ୍ତ ପାଇଁ ଗ୍ରହଣ କରାଯାଇଥିବା  ଆଦାନି ଗ୍ରପ୍‌ର ୨୪ଟି କାରବାରରୁ ୧୭ଟି କାରବାର ଉପରେ ତଦନ୍ତ ଶେଷ ହୋଇଛି।

‘ସେବି’ କହିଛି ଯେ, ଅଧିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଅନ୍ୟାନ୍ୟ ‘ରେଗୁଲେଟର୍‌’ ଓ ‘ଫରେନ୍‌ ଜୁରିସ୍‌ଡିକ୍‌ସନ୍‌’ଙ୍କୁ ଆହୁରି କିଛି ସୂଚନା ମାଗିଛି। ଏହାଛଡ଼ା, ବାକି ୭ଟି କାରବାରରୁ ୪ଟି ମାମଲାର ତଦନ୍ତରୁ କିଛି ତଥ୍ୟାବଳି ମିଳିଯାଇଛି।

Image Courtesy of NDTV

ସୂଚନାଯୋଗ୍ୟ, ଆମେରିକୀୟ ସର୍ଟ-ସେଲର୍‌ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ ଓ ‘ଆଦାନି ଗ୍ରପ୍‌’ ସଂକ୍ରାନ୍ତ ମାମଲାରେ ‘ସେବି’ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତି କରିସାରିଥିବା କଥା ଆଜି ସକାଳେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା। କିନ୍ତୁ, ସମ୍ପୂର୍ଣ୍ଣ ତଦନ୍ତ ଶେଷ କରିବା ଲାଗି ‘ସେବି’ ଆହୁରି ୧୫ ଦିନ ସମୟ ଲୋଡ଼ିଥିବା କଥା ଏବେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି।

ଅଗଷ୍ଟ ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ତାରିଖ ଧାର୍ଯ୍ୟ କରିଥିବାରୁ ତଦନ୍ତ ଶେଷ କରି ଅଗଷ୍ଟ ୧୪ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ଲାଗି ସୁପ୍ରିମ୍‌ କୋର୍ଟ ‘ସେବି’କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର