ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗରେ କୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ଉକ୍ତ ପ୍ରସଙ୍ଗରେ ଗଣମାଧ୍ୟମ ରିପୋର୍ଟିଂ ବନ୍ଦ କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଆଇନଜୀବୀ ଏମ୍ ଏଲ୍ ଶର୍ମା ଉକ୍ତ ପ୍ରସଙ୍ଗରେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ଭଳି କୌଣସି ନିର୍ଦ୍ଦେଶ ଆମେ ଦେଇପାରିବୁନି। କେବେ ବି ଆମେ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବାପାଇଁ ନିର୍ଦ୍ଦେଶ ଦେଇନୁ ବୋଲି ଖଣ୍ଡପୀଠ କହିଛନ୍ତି।
ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗ ନେଇ ଗଣମାଧ୍ୟମ ଉପରେ କୌଣସି ଅଙ୍କୁଶ ଲାଗିବନି: ସୁପ୍ରିମକୋର୍ଟ
/sambad/media/post_attachments/wp-content/uploads/2022/12/1616066711_supreme-court-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)