ନୂଆଦିଲ୍ଲୀ: ଆଦାନି-ହିଣ୍ଡେନବର୍ଗ ମାମଲାର ରାୟକୁ ସୁପ୍ରିମକୋର୍ଟ ଆଜି ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ପେଜି ପାଦ୍ରିୱାଲା ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଆଜି ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ଆଦାନି ବିରୋଧରେ ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗ ସମ୍ପର୍କରେ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିଷ୍ପତ୍ତି ନେବ ବୋଲି ଆଶା କରାଯାଇପାରିବନି। କୋର୍ଟ କହିଛନ୍ତି ଯେ ହିଣ୍ଡେନବର୍ଗ ରିପୋର୍ଟକୁ ସତ୍ୟ ବୋଲି କୁହାଯାଇପାରିବନି।
କାରଣ ଏହା କରିଥିବା ଅଭିଯୋଗର ସତ୍ୟତା ଯାଞ୍ଚ କରିବା ଲାଗି କୌଣସି ସାଧନ ନାହିଁ। ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସେବିର ତଦନ୍ତ ବିଶ୍ବାସଯୋଗ୍ୟ। ୧୩-୧୪ଟି ସଂସ୍ଥାର ଆଦାନି ସହ ସମ୍ପର୍କ ଥିଲେ ମଧ୍ୟ ବୈଦେଶିକ ପୋର୍ଟଫୋଲିଓ ନିବେଶ (ଏଫ୍ପିଆଇ) ଗାଇଡଲାଇନ୍ରେ ସଂଶୋଧନ ଲାଗି ସେଥିପ୍ରତି ଧ୍ୟାନ ଦିଆଯାଇନାହିଁ। ଆଦାନି-ହିଣ୍ଡେନବର୍ଗ ମାମଲାର ତଦନ୍ତ ପ୍ରାୟ ଶେଷ ହୋଇଛି ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ସେବି ଅବଗତ କରିଛି।