ଧନୀ ତାଲିକାରେ ବେଜୋସ୍‌ଙ୍କୁ ଟପିଲେ ଆଦାନି

କିଛି ସମୟ ପାଇଁ ଦ୍ବିତୀୟ ସ୍ଥାନରେ ଥିଲେ

ନୂଆଦିଲ୍ଲୀ : ବିଶ୍ବ ଧନୀ ତାଲିକାରେ ବଡ଼ଧରଣର ପରିବର୍ତ୍ତନ ଘଟିଛି। ଦ୍ବିତୀୟ ସ୍ଥାନରେ ଥିବା ଆମାଜନର ମୁଖ୍ୟ ଜେଫ୍‌ ବେଜୋସ୍‌ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ତାଙ୍କୁ ପଛକୁ ଠେଲି ଦେଇଛନ୍ତି। କିଛି ସମୟ ପାଇଁ ଆଦାନି ବିଶ୍ବର ଦ୍ବିତୀୟ ବଡ଼ ଧନୀ ଭାବେ
ଉଭା ହୋଇଥିଲେ। ପରେ ସେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି।

ଆମେରିକା ଷ୍ଟକ ବଜାରରେ ଆମାଜନ୍‌ର ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ବେଜୋସ୍‌ଙ୍କ ସମ୍ପତ୍ତିରେ ୨୩୦ ‌କୋଟି ଡଲାର ହ୍ରାସ ହୋଇ ୧୪,୯୭୦ ‌କୋଟି ଡଲାରକୁ ଖସିଆସିଛି। ସେଥିପାଇଁ ସେ ଫୋର୍ବସ୍‌ ଧନୀ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ଆଦାନି କିଛିସମୟ ପାଇଁ ଲୁଇ ଭୁଟନର ବର୍ନାଡ୍ ଆର୍ନଲ୍‌ଟ ଓ ବେଜୋସ୍‌ଙ୍କୁ ଅତିକ୍ରମ କରି ଚତୁର୍ଥ ସ୍ଥାନରେ ପହଞ୍ଚିଥିଲେ। ମାତ୍ର ଭାରତୀୟ ଷ୍ଟକ୍‌ବଜାରରେ ଆଦାନିଙ୍କ କିଛି କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ତାଙ୍କ ସମ୍ପତ୍ତିରେ ହ୍ରାସ ଘଟିଥିଲା ଓ ସେ ବର୍ନାଡ୍‌ଙ୍କ ତଳକୁ ତୃତୀୟ ସ୍ଥାନକୁ ଖସିଆସିଥିଲେ। ଆଦାନିଙ୍କ ମୋଟ ସମ୍ପତ୍ତି ଏବେ ୧୫,୪୭୦ କୋଟି ଡଲାର ରହିଛି। ୨୦୨୨ ବର୍ଷଟି ଆଦାନିଙ୍କ ପାଇଁ ଅତ୍ୟନ୍ତ ଭଲ ବର୍ଷ ସାବ୍ୟସ୍ତ ହୋଇଛି। ତାଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚଳିତବର୍ଷ ସେ ବିଶ୍ବର ବହୁ ଧନୀଙ୍କୁ ପଛରେ ପକାଇଦେଇଛନ୍ତି। ବିଶ୍ବ ଧନୀ ତାଲିକାରେ ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଏକ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ପାଖରେ ୨୭,୩୫୦ କୋଟି ଡଲାର ସମ୍ପତ୍ତି ରହିଛି।

ସମ୍ବନ୍ଧିତ ଖବର