ନୂଆଦିଲ୍ଲୀ: ଗତ ସେପ୍ଟେମ୍ବର ୧୬ ତାରିଖରେ ମୁନ୍ଦ୍ରା ଅଦାନି ବନ୍ଦରରୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପ୍ରାୟ ୩ ହଜାର କେଜି ହେରୋଇନ୍ ଜବତ କରିଥିଲା। ଦୁଇଟି କଣ୍ଟେନରରୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ହେରୋଇନ୍ ଜବତ କରାଯାଇଥିଲା। ଏବେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା ବେଳେ ଅଦାନି ବନ୍ଦର ଏକ ବଡ଼ ନିଷ୍ପତ୍ତି ନେଇଛି। ନଭେମ୍ବର ୧୫ ପରେ ଅଦାନି ବନ୍ଦର ଆଫଗାନିସ୍ତାନ, ଇରାନ୍ ଏବଂ ପାକିସ୍ତାନରୁ ଆସୁଥିବା କାର୍ଗୋରୁ ମାଲ ଓହ୍ଲାଇବାକୁ ଅନୁମତି ଦେବ ନାହିଁ ବୋଲି ଏକ ବିବୃତିରେ ପ୍ରକାଶ କରିଛି। ଏହି ନିୟମ ଅଦାନି ବନ୍ଦର ଦ୍ବାରା ପରିଚାଳିତ ସମସ୍ତ ଟର୍ମିନାଲ୍ ଏବଂ ତୃତୀୟ-ପକ୍ଷ ଟର୍ମିନାଲ୍ ଉପରେ ଲାଗୁ ହେବ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବରରେ ୧୬ରେ ମୁନ୍ଦ୍ରା ଅଦାନି ବନ୍ଦରର ଦୁଇଟି ଟି କଣ୍ଟେନରରୁ ହେରୋଇନ ଜବତ ହୋଇଥିଲା ଏବଂ ଏହି ଡ୍ରଗ୍ର ସଂପୂର୍ଣ୍ଣ ପ୍ରକ୍ରିୟାକରଣ ହୋଇନଥିଲା। ଆଫଗାନିସ୍ତାନରୁ ଇରାନ୍ର ବନ୍ଦର ଆବ୍ବାସ ପୋର୍ଟ ଦେଇ ଭାରତକୁ ଆସିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏନ୍ଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଫଗାନିସ୍ତାନର କାନ୍ଦାହାରରୁ ଆମଦାନୀ ହୋଇଥିବା ଏହି ହେରୋଇନ ଇରାନର ବାନ୍ଦର ଅବ୍ବାସ ବନ୍ଦରରୁ ମୁନ୍ଦ୍ରାଠାରେ ପହଞ୍ଚିଥିଲା। ଏହା ଆନ୍ଧ୍ରପ୍ରଦେଶର ବିଜୟୱାଡାସ୍ଥିତ ଏକ ବାଣିଜ୍ୟ ସଂସ୍ଥାକୁ ଆସୁଥିବା ନେଇ ତଦନ୍ତ ପରେ ଜଣାପଡ଼ିଥିଲା। ଏହା ପରେ ବିଜୟୱାଡାସ୍ଥିତ ବାଣିଜ୍ୟ ସଂସ୍ଥାର ମ୍ୟାନେଜରକୁ ଗିରଫ କରିଥିଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/t-87.jpg)