ନ୍ୟୁୟର୍କ କିମ୍ବା ଦୁବାଇରେ ଆଦାନି ଖୋଲିବେ ଫ୍ୟାମିଲି ଅଫିସ

ନୂଆଦିଲ୍ଲୀ : ଏସିଆର ଶୀର୍ଷ ଧନୀ ବ୍ୟକ୍ତି ତଥା ଆଦାନି ଗ୍ରୁପ ମୁଖ୍ୟ ଗୌତମ ଆଦାନି ନ୍ୟୁୟର୍କ କିମ୍ବା ଦୁବାଇରେ ଫ୍ୟାମିଲି ଅଫିସ ଖୋଲିବା ନେଇ ଯୋଜନା ରଖିଛନ୍ତି। ବ୍ଲୁମବର୍ଗ ରିପୋର୍ଟରୁ ଏହା ଜଣାଯାଇଛି।

ପୂର୍ବରୁ ଭାରତର ଅନ୍ୟତମ ଶୀର୍ଷ ଧନୀବ୍ୟକ୍ତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ସିଙ୍ଗାପୁରରେ ଫ୍ୟାମିଲି ଅଫିସ ଖୋଲିବା ନେଇ ଘୋଷଣା କରିସାରିଛନ୍ତି। ଭାରତୀୟ ଉଦ୍ୟୋଗୀମାନେ ବିଦେଶରେ ଫ୍ୟାମିଲି ଅଫିସ ଖୋଲିବା ଦ୍ବାରା ସେମାନଙ୍କ ବ୍ୟବସାୟ ସଂପ୍ରସାରଣ ଅଭିଳ‌ାଷ ଚରିତାର୍ଥ‌ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର