ଅମରାବତୀ: ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପପତି ତଥା ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ କିମ୍ବା ତାଙ୍କ ପତ୍ନୀ ପ୍ରୀତି ରାଜ୍ୟସଭା ଦୌଡ଼ରେ ନାହାନ୍ତି ବୋଲି ରବିବାର ଅପରାହ୍ନରେ ସ୍ପଷ୍ଟ କରି ଦେଇଛନ୍ତି ଖୋଦ୍ ଗୌତମ ଆଦାନୀ। ଶିଳ୍ପପତି ଆଦାନୀଙ୍କ ଏହି ଘୋଷଣା ପରେ ଆସନ୍ତା ଜୁନ୍ ୧୦ରେ ଆନ୍ଧ୍ରପ୍ରଦେଶରେ ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏକ ଆକର୍ଷଣୀୟ ମୋଡ଼ ନେଇଛି।
ଅନେକ ମାସ ଧରି ଆନ୍ଧ୍ରପ୍ରଦେଶର ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଯେ ପ୍ରୀତି ଆଦାନୀଙ୍କୁ ଶାସକ ଯୁବଜନ ଶ୍ରୀମିକା ରାଇଥୁ କଂଗ୍ରେସ ତରଫରୁ ଚାରିଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ଦିଆଯିବ।
ଆଦାନୀ ଗୋଷ୍ଠୀ ରାଜ୍ୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ଏବଂ ଗୌତମ ଆଦାନୀ ନିକଟରେ ୱାଇଏସଆରସି ସଭାପତି ତଥା ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡୀଙ୍କ ସହ ଆସି ବ୍ୟକ୍ତିଗତ ସାକ୍ଷାତ ଆଲୋଚନା କରିଥିଲେ। ଏହାପରେ ରାଜ୍ୟସଭା ଆସନକୁ କେନ୍ଦ୍ର କରି ଏହି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।
ତେବେ, ଆଦାନୀ ଗ୍ରୁପ୍ ରବିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିପରି ରିପୋର୍ଟ ‘ସଂପୂର୍ଣ୍ଣ ମିଥ୍ୟା’ ଅଟେ। କିଛି, ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଆମ ନାମକୁ ଏପରି କଳ୍ପନାଜଳ୍ପନା ଆଧାରରେ ଗଣମାଧ୍ୟମ ରିପୋର୍ଟକୁ ଟାଣିନେବା ଦୁର୍ଭାଗ୍ୟଜନକ। ଗୌତମ ଆଦାନୀ କିମ୍ବା ପ୍ରୀତି ଆଦାନୀ କିମ୍ବା ଆଦାନୀ ପରିବାରର କୌଣସି ସଦସ୍ୟଙ୍କର ରାଜନୈତିକ କ୍ୟାରିୟର କିମ୍ବା କୌଣସି ରାଜନୈତିକ ଗୋଷ୍ଠୀରେ ଯୋଗଦେବା ପାଇଁ କୌଣସି ଆଗ୍ରହ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Gautam-Adani.jpg)