ନୂଆଦିଲ୍ଲୀ :  ଚୀନରେ କରୋନା ମହାମାରୀ ଏବେ ମୃତ୍ୟୁର ତାଣ୍ଡବ ଖେଳାଇଚାଲିଛି । ଏହା ସତ୍ତ୍ବେ ଚୀନ ସରକାର ବିଦେଶରୁ କରୋନା ଟିକା ଆମଦାନୀ କରିବାକୁ ଅନୁମତି ଦେଉନାହାନ୍ତି । କେବଳ ନିଜ ଦେଶରେ ଉତ୍ପାଦିତ ଟିକା ଲୋକମାନଙ୍କୁ ଦେଉଛନ୍ତି । ଏବେ ଭାରତର ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ବାଲା ଚୀନକୁ ଟିକା ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଚୀନ ରାଜନୈତିକ ମତଭେଦ ଭୁଲି ଭାରତରୁ ଟିକା ନେଉ ବୋଲି ସେ କହିଛନ୍ତି ।

Advertisment

ପୁନାୱାଲା କହିଛନ୍ତି ଯେ ସେମାନେ ଚୀନରେ କରୋନା ଟିକା - କୋଭୋଭାକ୍ସ ଏବଂ କୋଭିସିଲ୍ଡ ଦେବାକୁ ବିଚାର କରୁଛନ୍ତି। ବିଶ୍ୱ ଏପର୍ଯ୍ୟନ୍ତ କୋଭିଡ ସଙ୍କଟର ସମ୍ମୁଖୀନ ହେଉଛି । କରୋନା ବିରୁଦ୍ଧରେ ଟିକା ଆସିବା ପରେ, ଲାଗୁଥିଲା ଯେ ଆମେ ଏହି ଖରାପ ପର୍ଯ୍ୟାୟକୁ ପଛରେ ପକାଇବୁ, କିନ୍ତୁ କରୋନା ଏପର୍ଯ୍ୟନ୍ତ ଚୀନରେ ଚିନ୍ତାର କାରଣ ହୋଇ ରହିଛି ।  ସେ କହିଛନ୍ତି "ଆମେ ଚାହୁଁଛୁ ଯେ ଚୀନରେ ଯଥାଶୀଘ୍ର ଏହି ସମସ୍ୟା ଦୂର ହେଉ। କରୋନା ବିରୋଧୀ ଲଢେଇରେ ଆମେ ତାଙ୍କ ସଫଳତା କାମନା କରୁଛୁ । ଚୀନ ଯେତେ ଶୀଘ୍ର ଏହି ପରିସ୍ଥିତିରୁ ଉଦ୍ଧାର ପାଇବ ତାହା ସମଗ୍ର ବିଶ୍ୱ ପାଇଁ ଭଲ ହେବ ।

ଭାରତ ସମ୍ପର୍କରେ ସେ କହିଛନ୍ତି ଯେ  ଆମେ ଭଲ ସ୍ଥିତିରେ ଅଛୁ । ଆମକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଆମର ଟିକା "କଭରେଜ୍" ୯୦ ପ୍ରତିଶତରୁ ଅଧିକ ରହିଛି । କରୋନା ବିରୋଧରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ମଧ୍ୟ ସୃଷ୍ଟି ହୋଇଛି । ଆମେ ଏହା ମଧ୍ୟ ଚାହୁଁ ଯେ ଚୀନ୍ ରାଜନୈତିକ ମତଭେଦକୁ ଭୁଲି ଭାରତ ଓ ପାଶ୍ଚାତ୍ୟ ଦେଶରୁ ଟିକା ନିଅନ୍ତୁ ।