ବ୍ରିଟେନରେ କାରବାର ବଢାଇବ ସେରମ୍ ଇନଷ୍ଟିଚ୍ୟୁଟ୍; ଟିକା ଉତ୍ପାଦନ ପାଇଁ ୨,୪୫୭ କୋଟି ଟଙ୍କା ନିବେଶ କରିବେ ପୁନାୱାଲା

ନୂଆଦିଲ୍ଳୀ: କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା କମ୍ପାନି ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଅଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର ଏକ ନିଜସ୍ବ ଅଫିସ ଖୋଲିବ । ଏହା ସହ ଟିକା ଉତ୍ପାଦନ ଓ କାରବାର ବୃଦ୍ଧି କରିବ । ଏଥିପାଇଁ କମ୍ପାନି ବ୍ରିଟେନରେ ୨,୪୫୭.୧୯ କୋଟି ଟଙ୍କା ନିବେଶ କରିବ । ଏହି ନିବେଶ ଫଳରେ ଭାରତ ଓ ବ୍ରିଟେନ୍ ମଧ୍ୟରେ କାରବାର ବୃଦ୍ଧି ହେବ ।

ଏହି ନିବେଶ ମାଧ୍ୟମରେ ସେରମ୍ ଇନଷ୍ଟିଚ୍ୟୁଟ୍ କ୍ଲିନିକାଲ ଟ୍ରାଏଲର ବୃଦ୍ଧି ସହିତ ରିସର୍ଚ୍ଚ ଓ ଡେଭଲପମେଣ୍ଟ ଉପରେ ଧ୍ୟାନ ଦେବ ବୋଲି କହିଛି । ଏହାସହିତ କରୋନା ମହାମାରୀରୁ ବିଶ୍ୱକୁ ରକ୍ଷା କରିବାକୁ ଟିକା ଉତ୍ପାଦନ କ୍ଷମତା ବି ବୃଦ୍ଧି କରାଯିବ ବୋଲି କୁହାଯାଇଛି ।

କମ୍ପାନିର ନୂଆ ନିଜସ୍ବ ଅଫିସ ମାଧ୍ୟମରେ ୧୦୨ ଅରବ ଟଙ୍କାର ନୂଆ କାରବାର ହେବ ବୋଲି ଆଶା କରାଯାଇଛି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ରିଟେନର ଫୁଡଜେନିକ୍ସ ହଂକ ସହ ମିିଳିତ ଭାବେ କୋଭିଡ -୧୯ର ନାଜାଲ ଟିକା ପ୍ରସ୍ତୁତ ପାଇଁ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିଛି।

ଡାଓନିଂ ଷ୍ଟ୍ରିଟ୍ ପକ୍ଷରୁ ଘୋଷଣା କରାଯାଇଛି କି, ଇଣ୍ଡିଆ-ୟୁକେ ଟ୍ରେଡ ପାଟନରସିପ୍ ମଧ୍ୟରେ ବ୍ରିଟେନରେ ୬.୫୦୦ ଲୋକଙ୍କୁ ନିଯୁକ୍ତି ମିଳିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ମଧ୍ୟରେ ଏକେ ବୈଠକ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର