ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ଅର୍ଥନୈତିକ ପ୍ରଗତି, ଟିକାକରଣକୁ ପ୍ରଶଂସା

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନୁଷ୍ଠାନିକ ଭାବେ ସୋମବାର ଦିନ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନକୁ ଉଦ୍‌ଘାଟନ କରିବା ସହ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇଛନ୍ତି। କହିଛନ୍ତି ଯେ ଭାରତ ଏବେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇପାରିଛି। ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ଅର୍ଥନୀତିର ବ୍ୟାପକ ପ୍ରସାର ଭିତରେ ୨୦୨୧ରେ ଦେଶ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ନେଣଦେଣ ୟୁପିଆଇ ମାଧ୍ୟମରେ କରିପାରିଛି। ଭାରତ ଏବେ ବିଶ୍ବରେ ସବୁଠାରୁ ବଡ଼ ମୋବାଇଲ୍‌ ଫୋନ୍‌ ନିର୍ମାତା ହୋଇପାରିଥିବା ବେଳେ ଦେଶରେ ସ୍ମାର୍ଟ ଫୋନ୍‌ ମୂଲ୍ୟ ମଧ୍ୟ କମ୍‌ ରହୁଛି। ଏହାର ସୁବିଧା ଯୁବପିଢ଼ିଙ୍କୁ ମିଳୁଛି। ସେଣ୍ଟ୍ରାଲ ହଲ୍‌ରେ ମିଳିତ ସଦନକୁ ସଂବୋଧିତ କରି ‌ରାଷ୍ଟ୍ରପତି କୋବିନ୍ଦ ଦେଶରେ ଚାଲିଥିବା କୋଭିଡ୍ ମାହାମାରୀଠାରୁ ଆରମ୍ଭ କରି ଦେଶ ପାଇଁ ଲଢ଼ି ସହିଦ ହୋଇଥିବା ସଂଗ୍ରାମୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଦେଶରେ ରେକର୍ଡ ସମୟ ମଧ୍ୟରେ ୧୫୦ କୋଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ କରାଯିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ରାଷ୍ଟ୍ରପତି କହିଥିଲେ।

ସମ୍ବନ୍ଧିତ ଖବର