ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ଉପରେ ଆନ୍ତର୍ଜାତିକ ସମ୍ମିଳନୀର ଚତୁର୍ଥ ସଂସ୍କରଣର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନ୍‍କ୍ୱା ଆକୁଫୋ ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ମାଡାଗାସ୍କାରର ରାଷ୍ଟ୍ରପତି ଆଣ୍ଡ୍ରି ନିରିନା ରାଜୋଏଲିନା ମଧ୍ୟ ସମ୍ବୋଧିତ କରିଥିଲେ।

Advertisment

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମାବେଶକୁ ମନେ ପକାଇ ଦେଇଛନ୍ତି ଯେ ନିରନ୍ତର ବିକାଶ ଲକ୍ଷ୍ୟର ପ୍ରତିଶ୍ରୁତି କାହାକୁ ପଛରେ ପକାଇବ ନାହିଁ । ସେ କହିଛନ୍ତି, ସେଥିପାଇଁ ଆମେ ଆଗାମୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରି ଗରିବ ଏବଂ ସବୁଠାରୁ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମି ଲୋକମାନଙ୍କ ପାଇଁ ଏବଂ ସେମାନଙ୍କୁ ଉଚ୍ଚମାନର, ନିର୍ଭରଶୀଳ ଏବଂ ଏକ ସମାନ ଢଙ୍ଗରେ ସ୍ଥାୟୀ ସେବାଗୁଡ଼ିକ ଯୋଗାଇ ଦିଆଯାଉଛି । କୌଣସି ଭିତ୍ତିଭୂମି ଅଭିବୃଦ୍ଧିର କାହାଣୀରେ ଲୋକମାନେ ନିଶ୍ଚୟ ରହିବେ। ତାହା ଠିକ୍‍ ସେହିଭଳି ଯାହା ଆମେ ଭାରତରେ କରୁଛୁ ବୋଲି ସେ କହିଛନ୍ତି।

ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‍, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତରେ ମୌଳିକ ସେବା ଯୋଗାଣକୁ ଭାରତ ବୃଦ୍ଧି କରୁଥିବାରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ଆମେ ପ୍ରତ୍ୟକ୍ଷ ଭାବରେ ମୁକାବିଲା କରୁଛୁ । ସେଥିପାଇଁ, ସିଓପି-୨୬ ରେ ଆମର ବିକାଶ ପ୍ରୟାସ ସହିତ ସମାନ୍ତରାଳ ଭାବରେ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ହାସଲ କରିବାକୁ ଆମେ ପ୍ରତିଶ୍ରୁତି ଦେଇଛୁ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଲେ ଯେ ମିଳିତ ମଞ୍ଚର ସମ୍ପ୍ରସାରଣ ଏବଂ ବହୁମୂଲ୍ୟ ଅବଦାନ ରହିଛି । ସିଓପି-୨୬ ଏବଂ ସିଡିଆରଇ କାର୍ଯ୍ୟ ଦ୍ୱାରା ‘ସହନଶୀଳ ରାଜ୍ୟ ପାଇଁ ଭିତ୍ତିଭୂମି’ ପ୍ରୋତ୍ସାହନ ଶୁଭାରମ୍ଭ ସଂକ୍ରାନ୍ତରେ ଉଲ୍ଲେଖ କରିବା ସହିତ ବିଶ୍ୱର ୧୫୦ ବିମାନବନ୍ଦରର ଉପରେ ସହନଶୀଳ ଅଧ୍ୟୟନ କରାଯାଉଥିବା କହିଛନ୍ତି । ସିଡିଆରଆଇ ଦ୍ୱାରା ପରିଚାଳିତ ‘ଭିତ୍ତିଭୂମି କ୍ଷେତ୍ରରେ ବିପର୍ଯ୍ୟୟ ସହନଶୀଳତାର ବିଶ୍ୱସ୍ତରୀୟ ଆକଳନ’ ବିଶ୍ୱ ସ୍ତରୀୟ ଜ୍ଞାନ ସୃଷ୍ଟି କରିବାରେ ସାହାଯ୍ୟ କରିବ ଯାହା ଅତ୍ୟନ୍ତ ମୂଲ୍ୟବାନ ହେବ ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି।