‘ମନ୍ଦିର ସାମ୍ନାକୁ ଆସିବା ପରେ ଫୋନ ଲଗାଇବ, ମୁଁ ଆସିଯିବି’; ଠିକଣାରେ ଏଭଳି ଲେଖିଥିବା ଗ୍ରାହକଙ୍କ ଫ୍ଲିପକାର୍ଟ ପ୍ୟାକେଟ ଭାଇରାଲ

ନୂଆଦିଲ୍ଲୀ : ଅନେକ ସମୟରେ ଅନଲାଇନ ଅର୍ଡରକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଛି । କେତେବେଳେ ଗୋଟେ ଜିନିଷ ଅର୍ଡର କରିଥିବା ବେଳେ ଆଉ ଗୋଟେ ଜିନିଷ ଆସିବାର ଖବର ସାମ୍ନାକୁ ଆସିଛି ତ କେ‌ତେବେଳେ ଫୋନ ପରିବର୍ତ୍ତେ ଇଟା ଆସିଥିବାର ଘଟଣା ସାମ୍ନାକୁ ଆସିଛି । କିନ୍ତୁ ଏବେ ଜଣେ ଗ୍ରାହକ ଅର୍ଡର ଡେଲିଭର କରିବା ପାଇଁ ଦେଇଥିବା ଠିକଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ଯୁବକ ଫ୍ଲିପକାର୍ଟରୁ ଜିନିଷ ଅର୍ଡର କରିଥିବା ବେଳେ ଠିକଣାରେ ଲେଖିଥିଲେ, ୪୪୮ ଚାଓଥ ମାତା ମନ୍ଦିର, ମନ୍ଦିର ସାମ୍ନାକୁ ଆସିବା ପରେ ଫୋନ ଲଗାଇ ଦେବ । ମୁଁ ଆସିଯିବି । ତାଙ୍କର ଏଭଳି ଭିନ୍ନ ଭାବରେ ଠିକଣା ଦେବାର ଶୈଳୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ଲିପକାର୍ଟ ପକ୍ଷରୁ ଅର୍ଡର ହୋଇଥିବା ପ୍ୟାକେଟର ଫଟୋ ଟୁଇଟ୍ କରାଯିବା ପରେ ଫଟୋଟି ଭାଇରାଲ ହେବାରେ ଲାଗିଛି । ଗ୍ରାହକଙ୍କ ଏଭଳି ଠିକଣା ଦେବା ଶୈଳୀକୁ ଦେଖି ଫ୍ଲିପକାର୍ଟ ଫଟୋ ଟୁଇଟ୍ କରି, ‘ଘର ଏକ ମନ୍ଦିର ହେକୁ ଏକ ନୂତନ ସ୍ତରକୁ ନେଇଛନ୍ତି’ ବୋଲି ଲେଖିଥିବା ଦେଖାଯାଇଛି । ତେବେ ଫ୍ଲିପକାର୍ଟର ଏଭଳି ଟୁଇଟ୍ ପରେ ଟୁଇଟଟି ଏବେ ଭାଇରାଲ ହେବାରେ ଲାଗିଛି । ଗ୍ରାହକଙ୍କ ଏଭଳି ଠିକଣାକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର