ଓଡ଼ିଶାରେ ପର୍ଯ୍ୟାପ୍ତ ଫର୍ଟିଲାଇଜର୍‌ ରେକ ପଏଣ୍ଟ୍‌ସ ରହିଛି

ନୂଆଦିଲ୍ଲୀ : ଓଡ଼ିଶାରେ ବର୍ତ୍ତମାନ ୪୧ରୁ ଅଧିକ ‘ଫର୍ଟିଲାଇଜର ରେକ ପଏଣ୍ଟ୍‌ସ’ ରହିଛି। ଯାହାକି ବିଭିନ୍ନ ସ୍ଥାନକୁ ରେଳ ଦ୍ବାରା ସାର ପରିବହନ ଚାହିଦା ପୂରଣ କରିବାକୁ ଯଥେଷ୍ଟ। ଏଗୁଡ଼ିକର ରକ୍ଷଣାବେକ୍ଷଣ ତଥା ଭିତ୍ତିଭୂମିର ଉନ୍ନତିକରଣ ରେଲୱେର ଏକ ନିୟମିତ ପ୍ରକ୍ରିୟା। ଆଜି ଲୋକସଭାରେ ‘ଫର୍ଟିଲାଇଜର ରେକ ପଏଣ୍ଟ୍‌ସ’ ସଂପର୍କିତ ସାଂସଦ ଜୁଏଲ ଓରାମ, ଅନୁଭବ ମହାନ୍ତି ଓ ମହେଶ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଭଗବନ୍ତ ଖୁବା।

ସମ୍ବନ୍ଧିତ ଖବର