ହଟିଲେ ମନୋଜ ତିୱାରୀ, ଆଦେଶ ଗୁପ୍ତା ଦିଲ୍ଲୀ ବିଜେପିର ନୂଆ ସଭାପତି

ନୂଆଦିଲ୍ଲୀ :  ଦେଶରେ କରୋନା ଭାଇରସ ମହାମାରୀ ମଧ୍ୟରେ ଦିଲ୍ଲୀ ବିଜେପିରେ ଏକ ଛୋଟ ମାତ୍ର ମହତ୍ୱପୂର୍ଣ୍ଣ  ପରିବର୍ତ୍ତନ ହୋଇଯାଇଛି । ଦଳ ପକ୍ଷରୁ ମନୋଜ ତିୱାରୀଙ୍କୁ ହଟାଇ ଆଦେଶ କୁମାର ଗୁପ୍ତାଙ୍କୁ  ଦିଲ୍ଲୀ ବିଜେପିର ନୂଆ ସଭାପତି ନିଯୁକ୍ତ କରାଯାଇଛି । ଏ ସଂପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ପକ୍ଷରୁ  ସୂଚନା ଦିଆଯାଇଛି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣ ଦେଓ ସାଇଙ୍କୁ ଛତିଶଗଡ଼ ବିଜେପିର ସଭାପତି  ଓ ପ୍ରଫେସର  ଟିକେନ୍ଦ୍ର ସିଂ ଙ୍କୁ ମଣିପୁର ବିଜେପି ସଭାପତି ନିଯୁକ୍ତ କରାଯାଇଛି ।

ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ମନୋଜ ତିୱାରୀଙ୍କୁ ହଟାଇବାକୁ ଦଳ ଭିତରୁ ଦାବି ଉଠିଥିଲା । କିନ୍ତୁ ସେତେବେଳେ ତାହାକୁ ଟାଳିଦିଆଯାଇଥିଲା । ଆଜି କାର୍ଯ୍ୟଭାର  ଗ୍ରହଣ କରିବା ପରେ ଗୁପ୍ତା କହିଛନ୍ତି ଯେ ସେ ଦିଲ୍ଲୀରେ ଦଳର ସ୍ଥିତିକୁ ସୁଧାରିବାକୁ ଉଦ୍ୟମ  କରିବେ ।  ସମସ୍ତଙ୍କୁ ନେଇ ସେ ଦଳରେ ଥିବା ମତଭେଦକୁ ଦୂର କରିବେ ଓ ଦିଲ୍ଲୀରେ ହେବାକୁ ଥିବା  ଆଗାମୀ ନିଗର ନିଗମ ନିର୍ବାଚନ ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି । ସେ ମଧ୍ୟ ଦିଲ୍ଲୀରେ କରୋନା ପରିଚାଳନା ବେଳେ ହେଉଥିବା ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମାଲୋଚନା କରିଛନ୍ତି ।

ସଭାପତି ପଦରୁ ହଟିବା ପରେ ପ୍ରତିକ୍ରିୟା ପ୍ରକାଶ କରି ମନୋଜ ତିୱାରୀ କହିଛନ୍ତି ଯେ ଗତ ସାଢେ ୩ ବର୍ଷ ଧରି ଦିଲ୍ଲୀ ବିଜେପି ସଭାପତି ଭାବେ ତାଙ୍କୁ ଯେଉଁ ସମର୍ଥ ମିଳଛି ସେଥିପାଇଁ ସେ କୃ‌ତଜ୍ଞ ।

ସମ୍ବନ୍ଧିତ ଖବର